ମୋହନ ଗିରି ମଣ୍ଡଳ ପକ୍ଷରୁ ବିକଶିତ ଭାରତ ବିକଶିତ ଓଡିଶା ସଂକଳ୍ପ ସଭା

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା):କଳାହାଣ୍ଡି ଜିଲ୍ଲା ମୋହନ ଗିରି ମଣ୍ଡଳ ଗୋଛାଡେଙ୍ଗେନ ଶକ୍ତି କେନ୍ଦ୍ର ବିଜେପି ପକ୍ଷରୁ ବିକଶିତ ଭାରତ ବିକଶିତ ଓଡିଶା ସଂକଳ୍ପ ସଭା ମୋହନ ଗିରି ମଣ୍ଡଳ ଉପସଭାପତି କ୍ଷେତ୍ରମୋହନ ପଧାନଙ୍କ ଅଧ୍ୟକ୍ଷତାରେ କନ୍ଦ କୁନ୍ଦେଇ ପାଲି ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଶକ୍ତି କେନ୍ଦ୍ର ସଭାପତି ଦୂତ ସା, କୃଷକମୋର୍ଚ୍ଚା ଯୁଧିଷ୍ଠିର ବେହେରା, ଏସି ମୋର୍ଚ୍ଚା ଯୁଧିଷ୍ଠିର ସୁନା,ଆର୍ଣ୍ଣ ଭୋଇ,ପଦ୍ମନାଭ ନାଏକ, ବିକ୍ରମ ପଧାନ, ଟିଟୋ ମନହିରା,ଭୁଜେଶ୍ବର ସାହୁ,ପ୍ରଭାତ ସାହୁ ଏବଂ ଅଞ୍ଜନ ସେନାପତି ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଓ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ବିକଶିତ ଭାରତର ଅମୃତ ମୂହୁର୍ତ୍ତରେ ସେବା ଓ ପ୍ରଶାସନର ଗରୀବ କଲ୍ୟାଣ ଯୋଜନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ମଣ୍ଡଳ ସମ୍ପାଦକ ସୁବାଷ ବାଗ ସଭା ପରିଚାଳନା କରିଥିବା ବେଳେ ଶକ୍ତି କେନ୍ଦ୍ର ସଭାପତି ଦୂତ ସା ପଞ୍ଚାୟତର ୫ ଟି ବୁଥର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ଶେଷ କରିଥିଲେ।