କ୍ୟାରମ ପ୍ରତିଯୋଗୀତାର ବିଜୟୀ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଚଲିତ ସପ୍ତାହରେ ଛତିଶଗଡ ରାଜ୍ଯ ବସନା ସହରରେ ଅନୁଷ୍ଠିତ ଓପନ କ୍ୟାରମ ପ୍ରତିଯୋଗିତାରେ ବିଜୟୀ ହୋଇ ସୁନାମ ଅର୍ଜନ କରିଛନ୍ତି କଳାହାଣ୍ଡି କ୍ୟାରମ ଏସୋସିଏସନ , ଭବାନିପାଟଣାରର ଦୁଇ ଯୁବ ଖେଳାଳି ରୁପମ ଏବଂ ପୁପୁନ। ଏଠାରେ ସୁଚନା ଯୋଗ୍ଯ ଯେ ବସନା ଠାରେ ଚାଲିଥିବା ସପ୍ତାହ ବ୍ୟାପି ଚାଲିଥିବା ଓପନ କ୍ୟାରମ ଟୁର୍ଣ୍ଣାମେଣ୍ଟକୁ ବସନା (ଛତିଶଗଡ଼) ବିଧାୟକ ସମ୍ପତ ଅଗ୍ରୱାଲ ଆୟୋଜନ କରିଥିଲେ। ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଜିତି ଗୌରବାନ୍ବିତ ହୋଇଥିବା ଦୁଇ ଯୁବ ଖେଳାଳିଙ୍କୁ ଆଜି ଅନୁଷ୍ଠାନ ତରଫରୂ ସମ୍ବର୍ଦ୍ଧନା ଦିଆଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ଯ ମାନସ ଦାଶ, ଜିତୁ ଅଗ୍ରୱାଲ, ବାବୁଲା ବ୍ରହ୍ମା, କୁନାଲ ବେହେରା, ଅବ୍ଦୁଲ, କେଦାର , କିଷୋର, ଜୟ ବହିଦାର, ବିକ୍ରମ, ପଣ୍ଡା ବାବୁ, ଜୀବନ, ରାମ ଚଣ୍ଡି ତଥା ଅନ୍ଯାନ୍ଯ ସଦସ୍ଯ ଇପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କୁନାଲ ବେହେରା ସଂଯୋଜନା କରିଥିଲେ।