କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଗତ ୧୮ ତାରିଖରୁ କେସିଙ୍ଗା ଅଞ୍ଚଳ ର ୧୦ ଗୋଟି ମୁଖ୍ୟ ସମସ୍ୟା ନେଇ ଆରମ୍ଭ ହୋଇ ଥିବା ଆନ୍ଦୋଳନ ଇତି ମଧ୍ୟରେ ଦ୍ୱିତୀୟ ଦିନରେ ପହଂଚିଛି। ପ୍ରବଳ ବର୍ଷା ସତ୍ବେ କମିନି ଆନ୍ଦୋଳନକାରୀ ସଚେତନ ନାଗରିକଙ୍କ ହୋସଲା ମାଁ ମାଟିର ସମ୍ମାନ ପାଇଁ ପ୍ରବଳ ବର୍ଷା ସତ୍ବେ ଗୁରୁବାର ସକାଳୁ ଆନ୍ଦୋଳନ ସ୍ଥଳକୁ ପହଞ୍ଚି ପ୍ରଥମେ ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତି ରେ ଫୁଲମାଳ ଦେଇ ଆରମ୍ଭ ହୋଇଥିଲା ଆନ୍ଦୋଳନର ଦ୍ୱିତୀୟ ଦିନ।ଦ୍ୱିତୀୟ ଦିନ ଆନ୍ଦୋଳନରେ ବସିଥିଲେ ମଞ୍ଚ ସଭାପତି ଉତ୍ତର ମହଲା, ବସନ୍ତ ନାଏକ,ମୋତି କୈବର୍ତ୍ତ, ସାଧବୀ ଭୋଇ ପ୍ରମୁଖ ଆନ୍ଦୋଳନରେ ବସିଥିବା ବେଳେ ତାଙ୍କ ସହିତ ଗୋବିନ୍ଦ ବନ ଛୋର, ସୁଭାଷ ଜୈନ, ବିଜୟ ଦୀପ, ସଚିନ ଜୈନ, ସରିତା ସିନ୍ଦୂର,ନଳୀନ ପଟ୍ଟନାୟକ, ବଣ୍ଟି ଅଗ୍ରୱାଲ, ରାମଲାଲ ସୁନାନୀ, ରାମଜୀ ମାତଖଣ୍ଡିଆ ,ବଂଶୀପାଣି ସାହା ପ୍ରମୁଖ ଉପସ୍ଥିତ ଥିଲେ।