ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ସୌଦାମିନୀ ଦ୍ୱେବେଦୀ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ରୂପେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅବିନାଶ ନନ୍ଦ, ବରିଷ୍ଠ ସାମ୍ବାଦିକ ଜଗମୋହନ ପଟ୍ଟନାୟକ ମଞ୍ଚାସିନ ଥିଲେ।କାର୍ଯ୍ୟକ୍ରମରେ ସଭାପତିତ୍ୱ ସରପଞ୍ଚ ମୌସୁମୀ ଡଙ୍ଗରି କରିଥିବା ବେଳେ ମୁଖ୍ୟ ବକ୍ତା ତୀର୍ଥରାଜ ଦଳପତି ରହିଥିଲେ।ମଞ୍ଚପରିଚାଳନା ରେ ପିଇଓ ନୀଳାଦ୍ରି ମେହେର,ଗ୍ରାମ ରୋଜଗାର ସେବକ ଖଗପତି ନାଏକ, ଯୋଗାଣ ସହାୟକ ସରୋଜ କୁମାର ସାହୁ,ସିଆରପି ଓ ଏମବିକେ ରହିଥିଲେ।ରାଜ୍ୟ ସରକାରଙ୍କ ଏକ ବର୍ଷ ଓ କେନ୍ଦ୍ର ସରକାରଙ୍କ ଏଗାର ବର୍ଷ ର ଉପଲବ୍ଧି ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମରେ କିଛି ହିତାଧିକାରୀ ମାନଙ୍କୁ ଘର,ପେନସନ,ପଟା, ଚାଉଳ କାର୍ଡ ବଣ୍ଟନ କରିଥିଲେ।