ପର୍ଯ୍ୟଟନସ୍ଥଳୀ ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରା ସୁରକ୍ଷା ଲାଗି ପଦଯାତ୍ରା

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ପ୍ରାକ୍ ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା କୋକସରା ବ୍ଲକ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତର ଖଲିଗଡ଼ ପାଦଦେଶରେ ରହିଥିବା ପର୍ଯ୍ୟଟନସ୍ଥଳି ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରାର ସୁରକ୍ଷା ଲାଗି ଡୋକରୀ ଚଞ୍ଚରା ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଏକ ପଦଯାତ୍ରା କରାଯାଇଛି। ସୁରକ୍ଷା ମଞ୍ଚର ସଭାପତି ରାଜେନ୍ଦ୍ର ନାଏକଙ୍କ ନେତୃତ୍ବରେ କୋକସରା ବ୍ଲକର ବିଭିନ୍ନ ଅଞ୍ଚଳରୁ ଶତାଧିକ ଲୋକେ ସାମିଲ ହୋଇଥିଲେ। ଏହାପରେ ବଙ୍ଗୋମୁଣ୍ଡା ଛକଠାରୁ ପଦଯାତ୍ରାରେ ବାହାରି ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହାପରେ ସ୍ଥାନୀୟ ବସଷ୍ଟାଣ୍ଡ (ପୁରୁଣା ଗୁଡହାଣ୍ଡି ମଞ୍ଚ) ନିକଟରେ ଏକ ପଥପ୍ରାନ୍ତ ସଭା ଆୟୋଜନ ହୋଇଥିଲା। ଏହି ସଭାରେ ପର୍ଯ୍ୟଟନ ସ୍ଥଳୀର ସୁରକ୍ଷା ଓ ସାମଗ୍ରିକ ବିକାଶ, ଐତିହାସି ଗୁଡ଼ହାଣ୍ଡି ଶିଳାଲିପିର ସଂରକ୍ଷଣ, ପରିଚାଳନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଟ୍ରଷ୍ଟ ବୋର୍ଡ ଗଠନ, ସଂରକ୍ଷିତ ଜଙ୍ଗଲର ସୁରକ୍ଷା, ରକ୍ଷଣାବେକ୍ଷଣ ପାଇଁ ଟ୍ରଷ୍ଟକୁ ଦାୟିତ୍ଵ ହସ୍ତାନ୍ତର ଆଦି ଦାବିକୁ ନେଇ ଉପସ୍ଥାପନ କରାଯାଇଥିଲା। ପରେ ସେଠାରୁ ବାଇକ୍ ଶୋଭାଯାତ୍ରାରେ ବାହାରି ମାଝିଗୁଡା, ଦାବ୍ରିଗୁଡା ଦେଇ ଟେମରା ପର୍ଯ୍ୟନ୍ତ ଯାଇଥିଲେ। ଏହି ଶୋଭାଯାତ୍ରାରେ ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରା ସୁରକ୍ଷା ମଞ୍ଚର ସଭାପତି ରାଜେନ୍ଦ୍ର ନାଏକଙ୍କ ସମେତ ଅଶୋକ କୁମାର ଦାସ, ଗରୁଡଧ୍ଵଜ ମାଝୀ, ନିମାଇ ଚରଣ ଧଙ୍ଗଡ଼ାମାଝୀ, ଭଦ୍ରେଶ୍ୱର ପାତ୍ର, ଘନଶ୍ୟାମ ନାଏକ, ଟେମେରା ସରପଞ୍ଚ କ୍ଷିତିରାମ ପାତ୍ର, ମହିମା ସରପଞ୍ଚ ଈଶ୍ୱରାମ କୋଲଥିଆ, ସୁଧୀର କୁମାର ପାତ୍ର, ନୀଳାମ୍ବର ନାଏକ, ଦୁଷ୍ମନ୍ତ ପାତ୍ର, ହେମନ୍ତ ବାଣୁଆ, ଶ୍ୟାମ ସୁନ୍ଦର ନାଏକ, ଲିଙ୍ଗରାଜ ଲଦୁଆ ସମେତ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ମାନେ ସାମିଲ ହୋଇଥିଲେ।