ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ

କାଶୀପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ସ୍ଥିତ ପ୍ରଥମଶ୍ରେଣୀ ଅଦାଲତ ପରିସରରେ ଆଜି ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଯୋଗ ଗୁରୁ ଆର. ଚକ୍ରଧର ରାଓ ଯୋଗ, ବ୍ୟାୟାମ ଓ ପ୍ରାଣାୟାମ ଶିଖାଇଥିଲେ। କାର୍ଯ୍ୟକ୍ରମରେ ତାଲୁକ ଆଇନସେବା ସମିତି ଅଧକ୍ଷ ନର୍ମଦା କରଙ୍କ ଉପସ୍ଥିତିରେ ତାଲୁକ ଆଇନସେବା ସମିତି କର୍ମଚାରୀ, ଅକିଲ ସଂଘ କାଶୀପୁର ବାର, ପାନେଲ ଲୟେର୍ସ, ପାରା ଲିଗାଲ ଭଲ୍ୟୁଣ୍ଟାରୀଶ, ଅଦାଲତ କର୍ମଚାରୀ ଏବଂ ସିଏସଆଇ କର୍ମଚାରୀ ମାନେ ସାମିଲ ହୋଇଥିଲେ।