କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବିଶ୍ୱ ଯୋଗ ଦିବସ ଉପଲକ୍ଷେ କୋକସରା ବ୍ଲକ ପରିସରରେ ଆଜି ଯୋଗ ଦିବସ ପାଳନ ହୋଇଛି। ବିଡିଓ ଡ଼ା. ହିମାଞ୍ଚଳ ମାଝୀଙ୍କ ତତ୍ତ୍ଵାବଧାନରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇଥିଲା। ଯୋଗ ଦିବସରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ କୋକସରା ଖଣ୍ଡର କାର୍ଯ୍ୟବାହି ଲଷ୍ମୀକାନ୍ତ ପଟ୍ଟନାୟକ ଓ ଆରଏସଏସ କୋକସରା ଖଣ୍ଡ ବୌଦ୍ଧିକ ଉତ୍ତମକୁମାର ପଣ୍ଡା ଯୋଗଦେଇ ଯୋଗ ପ୍ରଶିକ୍ଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, ଜିପିଡିଓ ରାଜେନ୍ଦ୍ର ପାତ୍ର, କନିଷ୍ଠ ଯନ୍ତ୍ରୀ କୀର୍ତ୍ତି ରଞ୍ଜନ ବେହେରା, ସୁକାନ୍ତ ବେହେରା, ଅଜୟ ସେନାପତି, ସୌରବ ବେହେରା, ବ୍ଳକ ଯୋଗାଣ ନିରିକ୍ଷକ ଜଗରାମ ମୁର୍ମୁ, ସୁନୀଲ ସାହୁ, ବ୍ଲକ ହିସାବ ରକ୍ଷକ ଅଧିକାରୀ ଦିଲୀପ କୁମାର ଶବର, ପ୍ରମୁଖ ଉପସ୍ଥିତ ଥିବାବେଳେ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।