ଥୁଆମୂଳ ଶିଶୁ ବିଦ୍ୟାମନ୍ଦିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍:ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳିତ ହୋଇଯାଇଥିବା ବେଳେ ଆଜି ଥୁଆମୂଳ ଗ୍ରାମପଞ୍ଚାୟତ ଶିଶୁ ବିଦ୍ୟାମନ୍ଦିର ଥୁଆମୂଳ ଠାରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ଥୁଆମୂଳ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ ବଳଭଦ୍ର ଜାନୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ସି.ଆର୍.ପି , ସ୍ଥାନୀୟ ଅଙ୍ଗନବାଡି ,ୱାର୍କର୍ ସମେତ ଯୁବକ ଯୁବତୀଙ୍କ ଉପସ୍ଥିତରେ ଥୁଆମୂଳ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ଯ ଶ୍ରୀଯୁକ୍ତ ଭୋଜ ଦେବ ନାୟକ ସୁନ୍ଦର ଭାବରେ ଯୋଗର ଉପକାରୀତା ସ୍ବାସ୍ଥ୍ୟ ବିଷୟକୁ ପରିଚାଳନାରେ ବୁଝେଇ ସଚେତନ କଲାପରେ ଶ୍ରୀଯୁକ୍ତ ଅକୁର ନାଏକ ଯୋଗ ପ୍ରଶିକ୍ଷଣ ଦେଇ ଥିଲେ। ଅତିଥି ଭାବରେ ଶିଶୁ ବିଦ୍ୟାମନ୍ଦିରର  ପ୍ରଧାନ ଆଚାର୍ଯ୍ଯ  ଗୁରୁଜୀ ଗଣେଶ ନାଏକ, କାର୍ଯ୍ୟନିର୍ବାହ ଅଧିକାରୀଙ୍କ ସମେତ ଶଙ୍କର ବିଶି, ଗିତାରାଣି ପୁଝାରୀ, ଶୁଷମା ବିଶିଙ୍କ ସମେତ ଅନେକ ଭଦ୍ର ବ୍ଯକ୍ତି ଉପସ୍ଥିତ ଥିଲେ। ଶେଷରେ ସରପଞ୍ଚ ଶ୍ରୀ ଜାନୀ ସମସ୍ତଙ୍କୁ ଧନ୍ୟବାଦ୍ ଜଣେଇଥିଲେ।