ଶେଷ ହେଲା କଲମପୁର ବ୍ଲକରେ ବିକାଶ ବାହନ ଯାତ୍ରା

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : ରାଜ୍ୟରେ ବିଜେପି ସରକାର ୧ ବର୍ଷ ପୂରଣ ହୋଇଥିବା ବେଳେ ପ୍ରତି ବ୍ଲକ ସ୍ତରରେ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ୧ ବର୍ଷର ଉପଲବଧି ଲୋକାଭିମୁଖୀ ଯୋଜନା କୁ ଗାଁ ଗାଁ ରେ ପହଞ୍ଚାଇବା ପାଇଁ ପ୍ରତ୍ୟେକ ପଞ୍ଚାୟତ ଠାରେ ବିକାଶ ବାହାନ ରଥକୁ ଭବ୍ୟ ସ୍ଵାଗତ କରିବା ପାଇଁ ଆୟୋଜନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କଲମପୁର ବ୍ଲକ ପ୍ରଶାସନ ପକ୍ଷରୁ ୧୨ ତାରିଖ ଦିନ କୋଟାଗାଁ ଗ୍ରାମ ପଞ୍ଚାୟତ ପକ୍ଷରୁ ଶୁଭାରମ୍ଭ କରି ଶନିବାର ଦିନ ପଣ୍ଡିଗାଁ ଗ୍ରାମ ପଞ୍ଚାୟତରେ ବିକାଶ ବାହନ ରଥକୁ ଭବ୍ୟ ସ୍ଵାଗତ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି । ପଣ୍ଡିଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ କବିତା ଜୈନଙ୍କ ସଭାପତିତ୍ୱ କାର୍ଯ୍ୟ କ୍ରମରେ କଲମପୁର ବ୍ଲକ ଅଧ୍ୟକ୍ଷ ଚିନ୍ତାମଣି ବେହେରା ମୁଖ୍ୟ ଅତିଥି, ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି ମୁଖ୍ୟ ବକ୍ତା, ସମ୍ମାନୀୟ ଅତିଥି ଭାବରେ ସାଂସଦ ପ୍ରତିନିଧି ଅରୁଣ ଜଗରିଆ, ବିଜେପି କାର୍ଯ୍ୟ କର୍ତ୍ତା ସୁଧୀର ବାଗ, କମଳ ବାଗ, କୃଷ୍ଣ ବାଗ , ସତ୍ୟବାନ ରାଉତ, ଆଇସିଡିଏସ ସୁପରଭାଇଯର ବାସନ୍ତୀ ନାୟକ, ବିପିଏମ୍ ରୀଯା ଆନସ ଏକ୍କା, ପ୍ରମୁଖ ମଞ୍ଚାସିନ ରହି ଓଡ଼ିଶା ସରକାରଙ୍କ ବିକାଶ ଓ ବିଭିନ୍ନ ଯୋଜନା ଉପରେ ଉପସ୍ଥିତ ପଞ୍ଚାୟତ ବାସୀଙ୍କୁ ବୁଝାଇ ଥିଲେ , ବିକାଶ ବାହନ ରଥ ସ୍ଵାଗତ କାର୍ଯ୍ୟକ୍ରମରେ ପଞ୍ଚାୟତର କଳାକାର ମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ଅତିଥିଙ୍କୁ ମନ ମୋହିଥିଲା । କାର୍ଯ୍ୟ କ୍ରମରେ ପଞ୍ଚାୟତର ମହିଳା ଗୋଷ୍ଠି , ଏମବିକେ, ସିଆରପି , ବ୍ୟାଙ୍କ ମିତ୍ର, ଅଙ୍ଗନୱାଡ଼ି କର୍ମୀ , ଆସା କର୍ମୀ ମାନେ ଉପସ୍ଥିତ ଥିଲେ, କଲମପୁର ବ୍ଲକରେ କାର୍ଯ୍ୟରତ ବିଭିନ୍ନ ବିଭାଗର କର୍ମଚାରୀ ଏବଂ ପଣ୍ଡିଗାଁ ଗ୍ରାମପଞ୍ଚାୟତ କର୍ମଚାରୀ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ, ପଞ୍ଚାୟତ ପିଇଓ ଜିତେନ୍ଦ୍ର କୁମାର ମଞ୍ଚ ପରିଚାଳନା କରିଥିଲେ।