ବ୍ଲକ ପରିସରରେ ଅନ୍ତର୍ଜାତିୟ ଯୋଗ ଦିବସ ପାଳିତ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପରିସର ମଧ୍ୟରେ ଅନ୍ତର୍ଜାତିୟ ଯୋଗ ଦିବସ ପାଳନ କରାଯାଇଛି । ଯୋଗ କରିବା ହେତୁ ମନୁଷ୍ୟ ର ଶାରୀରିକ, ମାନସିକ ସୁସ୍ଥତା ରଖିଥାଏ। ମଣିଷ ର ଏକ ଅମୂଲ୍ୟ ସମ୍ପଦ ହେଇଛି ଯୋଗ । ଏହି ଯୋଗ ଦିବସ ଉପଲକ୍ଷେ ବ୍ଲକର ସମସ୍ତ ଅଧିକାରୀ  ଉପସ୍ଥିତ ରହି ଯୋଗ ଦିବସ ପାଳନ କରିଥିଲେ । ଆଜିର ଏହି କାର୍ଯକ୍ରମ ରେ ବିଡିଓ ମନୋଜ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ହେମଲତା ମାଝୀ, ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ବିପିଶି ଶଶିକାନ୍ତ ଦାସ, ଜିପିଇଓ ଅକ୍ଷୟ ପଟ୍ଟନାୟକ, ଗୋଷ୍ଟୀ ସାମାଜିକ ସୁରକ୍ଷା ଅଧିକାରୀ ସୁବ୍ରତ କିସାନ,  ବିଜେପି ମଣ୍ଡଳ ସଭାପତି ମନୋଜ ଅଗ୍ରୱାଲ, ହରିମୋହନ ଶର୍ମା, ଦିନବନ୍ଧୁ ବିଷୋୟୀ, ଦମଦାର ପ୍ରଧାନ, ହରିଶ୍ଚନ୍ଦ୍ର ପାଣିଗ୍ରାହୀ,ଅର୍ଜୁନ ଭତରା , ତ୍ରିନାଥ ଅମାନତ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ। ସେହି ପରି ମୈଦଲପୁର ଠାରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଥିଲା। ଏଥିରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ସରପଂଚ ଚଂଦ୍ରଧ୍ଵଜ ମାଝୀ , ଡକ୍ଟର ମାନସ ରଞ୍ଜନ ପାଣିଗ୍ରାହୀ, ମଣ୍ଡଳ ସଭାପତି ପୂର୍ଣ୍ଣ ଚନ୍ଦ୍ର ବିଷୋୟୀ ଓ ଅଂଚଳର ଅନେକ ଯୁବବର୍ଗ , ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ।