ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଚିତ୍ରଶିଳ୍ପୀ କଳାକାର ସଂଘ, ଜୁନାଗଡ଼ ବ୍ଲକର ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ହିମାଂଶୁ ଶେଖର ନାଏକ ଯୋଗଦେଇ ଶ୍ରମ କଲ୍ୟାଣ ଏବଂ ଶ୍ରମିକଙ୍କ ଅଧିକାର, ସାମାଜିକ ସୁରକ୍ଷା, ବୃତ୍ତିଗତ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ। ଏହି କ୍ରମରେ ଜୁନାଗଡ଼ ବ୍ଲକର ନୂତନ କର୍ମକର୍ତ୍ତା ଗଠନ ହୋଇଥିଲା। ସଭାପତି ରାଜେନ୍ଦ୍ର କୁମାର ସାହୁ, ଉପସଭାପତି ଶିବ ଶଙ୍କର ମହାନନ୍ଦ, ସାଧାରଣ ସମ୍ପାଦକ ଗୋପାଳ ପାତ୍ର, ସହ ସମ୍ପାଦକ ବିଶ୍ୱନାଥ ଗୁରୁ, କୋଷାଧକ୍ଷ ଶ୍ରୀବନ୍ତ ଭାର, ଆବାହକ କିଶୋର ଖମାରୀ ଓ ହିମାଂଶୁ ଶେଖର ନାଏକଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା।