କର୍ଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ପବିତ୍ର ସାହୁ) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରା.ପ. ର ସାନଡୁଙ୍ଗୁରିଗୁଡ଼ା ଗ୍ରାମରେ ଆର୍ଥିକ ସାକ୍ଷରତା ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ତେରେସିଂହା ଶାଖା ପକ୍ଷରୁ ଆୟୋଜିତ ଏହି ଶିବିରରେ ଶାଖା ପରିଚାଳକ ଦୀନମଣି ନାଏକ, ତେରେସିଂହା ସରପଞ୍ଚ ପ୍ରମୋଦ ସୁନା, ଲଛମନ ସୁନା ଉପସ୍ଥିତ ରହିଥିଲେ। ଶାଖା ପରିଚାଳକ ଶ୍ରୀନାଏକ ବ୍ୟାଙ୍କର ବିଭିନ୍ନ ଯୋଜନା ଯଥା- ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଅଟଳ ପେନସନ ଯୋଜନା, ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ପ୍ରଦାନ ଇତ୍ୟାଦି ଯୋଜନା ସମ୍ପର୍କରେ ଉପସ୍ଥିତ ସଦସ୍ୟାମାନଙ୍କୁ ଅବଗତ କରାଇଥିଲେ। ଏଥିରେ ବ୍ୟାଙ୍କ କର୍ମଚାରୀ ସୁଶାନ୍ତ ରଣା ସହଯୋଗ କରିଥିଲେ।