କେରଳରେ ଓଡିଆ ଦାଦନ ଶ୍ରମିକ ନିଖୋଜ

କୋକସରା/କ୍ରାନ୍ତିକ୍ଷେତ୍ର  ନ୍ୟୁଜ୍ : କେରଳ କୁ କାମ କରିବା ପାଇଁ ଯାଇଥିବା କୋକସରା ବ୍ଳକ ସାନପୋଡାଗୁ ଗ୍ରାମ ପଞ୍ଚାୟତ ନେଗୀଗୁଡା ଗ୍ରାମର ଜଣେ ଶ୍ରମିକ ନିଖୋଜ ହୋଇଥିବା ଗୋତମୁଣ୍ଡା ଫାଣ୍ଡିରେ ଅଭିଯୋଗ ହୋଇଛି। ନିଖୋଜ ଶ୍ରମିକ ଜଣକ ନୃସିଂଙ୍ଗ ଗୋପାଳ(ଇଡି) ବୋଲି ଜଣାପଡ଼ିଛି। ସେ ଗତ ୧୩ ତାରିଖ ଦିନ ଗ୍ରାମର ଦୁଇ ଜଣ ଯୁବକଙ୍କ ସହିତ କେରଳକୁ କାମ କରିବା ପାଇଁ ଯାଇଥିଲେ। ଏବଂ ନବିନ ନାମକ ଜୈନିକ ଠିକାଦାର ପାଖରେ କାମ କରିବା ପାଇଁ ଯାଇଥିଲେ। ସେଠାରେ କାମରେ ଲାଗିବା ଆଗରୁ ନୃସିଂଙ୍ଗ ସହିତ ପୂର୍ବରୁ ଝଗଡ଼ା କରିଥିବା କିଛି ଲୋକଙ୍କୁ ଦେଖିବା ପରେ ୩ଜଣ ଅନ୍ୟତ୍ର କାମ ଅନ୍ବେଷଣରେ ବାହାରିଥିଲେ। ତେବେ ଗତ ୧୬ ତାରିଖରେ ନୃସିଂଙ୍ଗ ତାଙ୍କ ଡେଢ ଶଲା ସହିତ ଶେଷଥର ପାଇଁ କଥା ହେବା ସହ କିଛି ଟଙ୍କା ପଠାଇବା ନେଇ କହିଥିଲେ। ତେବେ ଟଙ୍କା ମଧ୍ୟ ପଠାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ଫୋନ୍ ସୁଇଚ୍ ଅଫ୍ ଆସିଥିଲା। ତାଙ୍କ ସାଥିରେ ଯାଇଥିବା ଦୁଇ ଜଣ ଶ୍ରମିକଙ୍କୁ ଯୋଗାଯୋଗ କରିବାପରେ ସେମାନେ ଅନ୍ୟ ସ୍ଥାନରେ କାମ କରୁଥିବା କହିଥିବାବେଳେ ନୃସିଂଙ୍ଗ ଟେସନରୁ କୁଆଡେ ଗଲେ ଜଣାପଡି ନଥିବା କହିଥିବା ପରିବାର ଲୋକେ କହିଛନ୍ତି। ତେବେ ଏହାପରଠାରୁ ଗତ ସପ୍ତାହେରୁ ଉର୍ଦ୍ଧ୍ବ ହେବ ନୃସିଂଙ୍ଗ ସହିତ ପରିବାର ଲୋକଙ୍କ କୈାଣସି ଯୋଗାଯୋଗ ହୋଇପାରି ନାହିଁ। ତେଣୁ ନୃସିଂଙ୍ଗ ନିଖୋଜ ହୋଇଥିବା ନେଇ ରବିବାର ତାଙ୍କ ସ୍ତ୍ରୀ ଭୂମିସୂତା ଗୋପାଳ ଗୋତମୁଣ୍ଡା ଫାଣ୍ଡିରେ ତାଙ୍କ ସ୍ବାମୀ ନିଖୋଜ ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଏବଂ ତାଙ୍କ ସ୍ବାମୀଙ୍କୁ ଖୋଜିବା ପାଇଁ ଗୁହାରୀ କରିଛନ୍ତି।