ଶ୍ରୀପାଲି ଛକ-ଡୁଡୁକାରଞ୍ଜା ଆରଡି ରାସ୍ତା ଶୋଚନୀୟ

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା):ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ରାସ୍ତାର ଉନ୍ନତି କରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ହେଲେ ଏକ ବର୍ଷ ନପୁରୁଣୁ ରାସ୍ତା ମାନ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ବେଳେ ବେଳେ ସାଧାରଣ ଜନତା ଦୁର୍ଘଟଣାର ଶିକାର ହେବାକୁ ପଡୁଛି। ଏଭଳି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଦୁର୍ଗମ ଅଞ୍ଚଳ। ଭାୟା ବାରବନ୍ଧା ଡୁଡୁକାରଞ୍ଜା ପଞ୍ଚାୟତ ପର୍ଯ୍ୟନ୍ତ ରାଜ୍ୟ ପୂର୍ତ୍ତବିଭାଗ ରାସ୍ତା ଶ୍ରୀପାଲି ଛକ ଠାରୁ ଆରଡି ବିଭାଗ ଦ୍ବାରା ରାସ୍ତାରେ ଉନ୍ନତି କରଣ କରାଯାଇଥିଲା ହେଲେ ଆଜି ତାହା ଆଣ୍ଠୁଏ ଲେଖାଏଁ ଖାଲ ଖମାରେ ଭରପୁର ରହିଛି। ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଥିବା ଅଭିଯୋଗ ହେଉଛି। ଏହି ରାସ୍ତା ମରା ପାଇଁ ଆରଡି ବିଭାଗକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ନାଁ ଧରୁନଥିବା ଅଭିଯୋଗ ବିଭାଗିୟ ଅଧିକାରୀ କୁମ୍ଭ କର୍ଣ୍ଣ ନିଦ୍ରାରେ। ଏହି ଅଞ୍ଚଳର ଆଦିବାସୀ ମାନଙ୍କ ସରଳ ବିଶ୍ବାସକୁ ନେଇ ବିଭାଗୀୟ ଅଧିକାରୀ ଓ ଠିକାଦାର ଖେଳ ଖେଳୁଥିବା ଅଭିଯୋଗ ହୋଇଛି। ଉକ୍ତ ଦୁଇ ପଞ୍ଚାୟତ ବାସୀ ମ.ରାମପୁର ଡାକ୍ତର ଖାନା, ବ୍ଲକ, ତହସିଲ କାର୍ଯ୍ୟାଳୟକୁ ଆସିବାକୁ ହେଳେ ଡୁଡୁକାରଞ୍ଜ ପାଖରେ ଏକ ବଡ ଘାଟି ରହିଅଛି ଫଳରେ ବହୁ କଷ୍ଟରେ ଆସିବାକୁ ହୋଇଥିବା ଅଞ୍ଚଳ ବାସୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ତୁରନ୍ତ ଏହି ରାସ୍ତାରେ ଉନ୍ନତି କରଣ ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ପାଇଁ ଅଞ୍ଚଳ ବାସୀ ଗଣମାଧ୍ୟମ ଦ୍ବାରା ଅନୁରୋଧ କରିଛନ୍ତି। ଯଦି ଆଗାମୀ ଦିନରେ ରାସ୍ତାରେ ଉନ୍ନତି କରଣ ନହୁଏ ତାହାହେଲେ ବିରାଟ ଧରଣର ଆନ୍ଦୋଳନର ଦାନା ବାନ୍ଧୁଛି। ଦେଖାଯାଉ କେବେ କେଉଁ ଦିନ ରାସ୍ତା ଉନ୍ନତିକରଣ ହେବ ଆଗକୁ ଦେଖିବାକୁ ବାକି ରହିଲା।