ଗଣଶିକ୍ଷା ମନ୍ତ୍ରୀଙ୍କୁ ୬ଦଫା ଦାବିପତ୍ର ପ୍ରଦାନ

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗଉଡ) : ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ୫ଟି ବିଦ୍ୟାଳୟ ରେ କାର୍ଯ୍ୟରତ ରାତ୍ର ଜଗୁଆଳି ଓ ଝାଡୁଦାର ମାନେ ଏକତ୍ରିତ ହୋଇ ଆଜି ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦଗଣ୍ଡଙ୍କ ବାସ ଭବନରେ ପହଂଚି ତାଙ୍କୁ ଏକ ଛଅଦଫା ବିଶିଷ୍ଟ ଦାବୀପତ୍ର ପ୍ରଦାନ କରିଥିବା ସୂଚନା ମିଲିଛି। ଓଡିଶା ସରକାରଙ୍କ ପଞ୍ଚସଖା ଶିକ୍ଷା ଅଭିଯାନ ତରଫରୁ ପ୍ରତି ୫ଟି ବିଦ୍ୟାଳୟ ମାନଙ୍କରେ ରାତ୍ର ଯୋଗୁଆଳି ଓ ଝାଡୁଦାର ମାନଙ୍କୁ ନିୟୋଜିତ କରା଼ଯାଇଥିଲା। ରାତ୍ର ଯୋଗୁଆଳି ଓ ଝାଡୁଦାର ମାନେ ନିଜ ନିଜ କାର୍ଯ୍ୟ ସୁଚାରୁରୂପେ ତୁଲେଇ ବିଦ୍ୟାଳୟ ପରିସରକୁ ସଫା ସୁତରା଼ ରଖିବା ସହିତ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ଫୁଲ ବଗିଚା, ଗଛଲତା ଓ ଘାସ ଗାଲିଚା ର ଠିକ ଯତ୍ନ ନେଉଛନ୍ତି ଓ ବିଦ୍ୟାଳୟ ଗୁଡିକୁ ଆକର୍ଷଣୀୟ କରିବାରେ ସେମାନଙ୍କ ମୁଖ୍ୟ ଭୂମିକା ରହିଛି। ତାଛଡା ବିଦ୍ୟାଳୟ ର ଅନ୍ୟାନ୍ୟ କାର୍ଯ୍ୟ ଗୁଡିକ ରେ ମଧ୍ୟ ସହଯୋଗ କରି ଆସୁଛନ୍ତି। ଏତେ ସବୁ କାର୍ଯ୍ୟ କରୁଥିବା ସ୍ୱତେ ସେମାନେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି। ସେ ସମସ୍ୟା ଗୁଡିକର ସମାଧାନ ପାଇଁ ଆଜି ଝରିଗାଁ, ଉମରକୋଟ ଓ ରାଇଘର ବ୍ଲକର 30ରୁ ଉର୍ଦ୍ଧ ରାତ୍ରି ଜଗୁଆଳି ଓ ଝାଡୁଦାର ଗଣଶିକ୍ଷା ମନ୍ତ୍ରୀଙ୍କ ଉମରକୋଟ ସ୍ଥିତ ବାସଭବନରେ ପହଂଚି ଏକ ଛଅଦଫା ବିଶିଷ୍ଟ ଦାବୀପତ୍ର ପ୍ରଦାନ କରିଛନ୍ତି। ଯେଉଁଥିରେ ନିୟମିତ ଦରମା ପ୍ରଦାନ କରିବା,ଦରମା ନିଜସ୍ୱ ପାସବହିକୁ ପଠେଇବା,ଜୀବନ ବୀମା ପ୍ରଦାନ କରିବା, ପାରିଶ୍ରମିକ ରାଶି ଦୁଇଗୁଣା କରିବା, ସ୍ଥାୟୀ ଚାକିରୀର ମାନ୍ୟତା ଦେବା ଓ ବକେୟା ରାଶି ପ୍ରଦାନ କରିବା ଆଦି ଉଲ୍ଲେଖ ରହିଛି। ଏହି ଦାବିପତ୍ର ପ୍ରଦାନ ସମୟରେ ହେମନ୍ତ ପୂଜାରୀ, ଅରୁଣ ମାଝୀ, ଭୁବନ ସାନ୍ତା, ଦୁର୍ଯ୍ୟୋଧନ ଗୌଡ଼, ଭରତ ଗଣ୍ଡ, ବଳରାମ ପୂଜାରୀଙ୍କ ସମେତ ତିରିଶ ରୁ ଉର୍ଦ୍ଧ ବ୍ୟକ୍ତି ଉପସ୍ଥିତ ରହିଥିଲେ।