୧୦ ଦିନ ହେଲା ଭିନ୍ନକ୍ଷମ ଯୁବକ ନିଖୋଜ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଥୁଆମୂଳ ଗ୍ରାମ ପଞ୍ଚାୟତର କରାଙ୍ଗ ଗ୍ରାମର ରଘୁ ନାୟକଙ୍କ ପୁଅ ଥବିର ନାୟକ(୨୨) ନିଖୋଜ ଥିବା ନେଇ ଥୁଆମୂଳ ରାମପୁର ଥାନାରେ ନିଖୋଜ ଅଭିଯୋଗ କରିଛନ୍ତି ପରିବାର ଲୋକେ। ସୂଚନା ମୁତାବକ ଗତ ୧୨ ତାରିଖରୁ ଘରୁ ବାହାରି ଥବିର ଆଉ ଘରକୁ ଫେରିନଥିଲେ। ସେ ଜଣେ ଭିନ୍ନକ୍ଷମ ନା ସେ କଥା କହିପାରନ୍ତି ନା ଶୁଣି ପାରନ୍ତି ଏପରିକି ସଂଧ୍ୟା ହେଲେ ଆଖି ମଧ୍ୟ ତାର ଦୃଷ୍ଟି ଶକ୍ତି ହରାଇ ଥାଏ। ଧିରେ ଧିରେ ମାନସିକ ବିକାରଗ୍ରସ୍ତର ଶିକାର ଥିବା ଜଣାପଡିଛି। ପରିବାର ଲୋକେ ୪ ଦିନକାଳ ଆଖପାଖ ଅଞ୍ଚଳରେ ବହୁତ ଖୋଜାଖୋଜି କଲାପରେ ମଧ୍ୟ ଥବିରର କୌଣସି ସନ୍ଧାନ ପାଇପାରିନଥିଲେ। ଶେଷରେ ନିରାଶ ହୋଇ ପୋଲିସର ସହଯୋଗ ଭରସାରେ ଗତ ୧୬ ତାରିଖ ଦିନ ବାପା ରଘୁ ନାୟକ ପୁଅର ନିଖୋଜ ସମ୍ପର୍କିତ ଅଭିଯୋଗ ଦେଇଛନ୍ତି। ପୋଲିସ ମଧ୍ୟ ତଦନ୍ତ ଚଳାଇଥିବା କହିଛନ୍ତି ସବ୍ ଇନ୍ସପେକ୍ଟର ପ୍ରହଲ୍ଲାଦ ପାଣିଗ୍ରାହୀ। ଏପଟେ ପୁଅ ଥବିର ପାଇଁ ଚିନ୍ତାରେ ପରିବାର।