ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବାରେଙ୍ଗ ପଦର ପଞ୍ଚାୟତରେ ଲଗାତାର ଦୁଇ ଦିନର ବର୍ଷା ଯୋଗୁଁ ଖାତିଗୁଡ଼ା ଗ୍ରାମ କୁମ୍ଭାର ସାହିର କୌର କୁମ୍ଭାର (୩୫) ସ୍ତ୍ରୀ – ମନି କୁମ୍ଭାର ର ଘୋର କାନ୍ଥ ଭୁସୁଡି ପଡିଛି। ଭାଗ୍ୟବସତ ଭୁସୁଡ଼ିବା ବେଳେ ଘରର କେହି ସଦସ୍ୟ ନିକଟରେ ଉପସ୍ଥିତ ନ ଥିଲେ। କାନ୍ଥ ପୋଡିଯିବାରୁ ଘରର କିଛି ସାମଗ୍ରୀ ବର୍ଷା ପାଣିରେ ନଷ୍ଟ ହୋଇଯାଇଛି। ଏହାକୁ ନେଇ ତେନ୍ତୁଳୀଖୁଣ୍ଟି ତୋହସିଲଦାର ଙ୍କୁ ଯୋଗାଯୋଗ କରିବାରୁ ତୁରନ୍ତ ଏକ ଜୋରିପାଳ ଦେବାସୋହ ଆଗକୁ ସହଯୋଗ କୋରାଯିବ ବୋଲି କହିଛନ୍ତି। ସରକାରୀ ଅଧିକାରୀ ଏହି ପରିବାର ପ୍ରତି ଦୃଷ୍ଟି ଦେବେ ବୋଲି ସାଧାରଣରେ ଦାବୀ ହେଉଛି।