ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ (କୈଳାସ ଚନ୍ଦ୍ର ବିଷୋୟୀ) : ପାପଡାହାଣ୍ଡି ରୁ ଉମରକୋଟକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ଟୁରୀ ନଦୀର ନୂତନ ପୋଲ ଉପରେ ଆଜି ପରୀକ୍ଷା ମୂଳକ ଭାବେ ଯାନ ବାହାନ ଚଳା ଚଳ ଆରମ୍ଭ ହୋଇଛି। ଗତ ଦେଢ଼ ବର୍ଷ ମଧ୍ୟରେ ଏହି ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା। ପୁରୁଣା ପୋଲକୁ ଭାଙ୍ଗି ୭କୋଟି ୩୬ଲକ୍ଷ ଟଙ୍କାରେ ପୋଲ କାମ ପାଇଁ ଟେଣ୍ଡର ହୋଇ ହାଇଲେବୁଲ ପୋଲ ନିର୍ମାଣ ଲାଗି ଆକଳନ ହୋଇଥିଲା। ଆଜି ପୋଲ ନିର୍ମାଣ କାମ ସାରିବା ଓ ବର୍ଷାକୁ ଦୃଷ୍ଟିରେ ରଖି ପରୀକ୍ଷା ମୂଳକ ଭାବେ ଯାନ ବାହାନ ଚଳା ଚଳ କରାଯାଇଥିଲା। ସ୍ୱାଭାବିକ ଭାବେ ଗାଡି ଚାଲିଥିଲା। ଅସ୍ଥାୟୀ ପୋଲ ଉପରେ ଅଧିକ ବର୍ଷା ହେଲେ ପାଣି ଚାଲି ଆସୁଥିବା ବେଳେ, ନୂତନ ପୋଲ ହେବା ପରେ ଆଉ ଅସୁବିଧା ହେବ ନାହିଁ।