।। ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍।। (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା କୋଟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର। ୨୦୨୪/୨୫ ଶିକ୍ଷା ବର୍ଷ ର ରାଜ୍ୟ ସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର ମିଳିଛି। ଭୁବନେଶ୍ୱର ସ୍ଥିତ ଓୟୁଟି ବିଶ୍ୱ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ପ୍ରଧାନ ଶିକ୍ଷକ ଗୋପାଳ ଯୋଗତ ଙ୍କୁ କୋଟଗଡ଼ ବ୍ଲକ ବାସି ମାନେ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି। ପ୍ରଧାନ ଶିକ୍ଷକ ଙ୍କ ଦ୍ୱରା ଏହି କୋଟଗଡ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ଏହି ସଫଳତା ମିଳିପାରିଛି।ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଥିଲା ଉକ୍ତ ଦିବସରେ ପ୍ରଧାନ ଶିକ୍ଷକ ଗୋପାଳ ଯୋଗତ, ରେଞ୍ଜର ଵାଲ ଗୋପାଳ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ରବି ନାରାୟଣ ମିଶ୍ର, ଜିଲ୍ଲା ପରିବେଶ ସମିତିର ଅଧକ୍ଷ ବା ଜିଲ୍ଲା ପାଳ ଶ୍ରୀ ଡ଼କ୍ଟର ଅମ୍ରିତ ଋତୁରାଜ ଙ୍କ ଅଧକ୍ଷତାରେ ଜିଲ୍ଲାର ୭ ଟି ଅନୁଷ୍ଠାନ ମଧ୍ୟରୁ କୋଟଗଡ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ କୁ ଶିକ୍ଷା ବର୍ଷ ର ପ୍ରକୃତି ମିତ୍ର ପୁରସ୍କାର ନିମନ୍ତେ ଅନୁମଦନ ଲାଭ କରିଥିଲା ଏବଂ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ନିମନ୍ତେ ଚୟନ କରିଥିବାରୁ କୋଟଗଡ ବନାଞ୍ଚଳ ଅଧିକାରୀ ଓ ବନଖଣ୍ଡ ଅଧିକାରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ପ୍ରକାଶ ଯେ ବିଦ୍ୟାଳୟ ର ସହାୟତାରେ ବିଭିନ୍ନ ସମୟରେ ଚାରାରପଣ, ବନମୋହତ୍ସବ ପାଳନ, ଶକ୍ତି ସରକ୍ଷଣ, ଆବର୍ଜନା ପରିଚାଳନା, ଜଳ ସରକ୍ଷଣ ଭଳି ବିଭିନ୍ନ ଜଳ ସଚେତନା କାର୍ଯ୍ୟକ୍ରମ କରାଯାଏ। ପ୍ରଧାନ ଶିକ୍ଷକ ଙ୍କ ନେତୃତ୍ୱ ରେ କୋଟଗଡ ବନାଞ୍ଚଳ ନର୍ସରୀ ରୁ ଚମ୍ପା, ଶାଗୁଆନ, ଅଳା, ହରିଡା, ବାହାଡା, କୃଷ୍ଟ ଚୁଡା, ଆମ୍ବ, ଜମ୍ବୁ, କଳି, ପଣସ, ଲେମ୍ବୁ, କମଳା ଆଦି ଚାରାରୋପଣ କରାଯାଇଛି।