।। କେସିଙ୍ଗା/ କ୍ରାନ୍ତିକ୍ଷେତ୍ର ନ୍ୟୁଜ ।। (ମଧୁସୂଦନ ଠାକୁର) : କେସିଙ୍ଗା ର ବିଭିନ୍ନ ସମସ୍ୟା କୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ କେସିଙ୍ଗା ସିଟିଜନ ଫୋରମ ଅହରହ ଚେଷ୍ଟା ଚଳାଇଛି। ପ୍ରତ୍ୟେକ ମାସରେ ଅଞ୍ଚଳର ବୁଦ୍ଧିଜିବୀ ମାନଙ୍କୁ ନେଇ ବୈଠକ କରି ଅଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ କରାଇ ଆଗାମୀ ଦିନରେ ସେହି ସମସ୍ୟା କୁ ରାଜ୍ୟ ସରକାର ଙ୍କ ଦୃଷ୍ଟିଗୋଚର କରି ସମାଧାନ ର ବାଟବାହାର କରିଥାଏ।ବିଗତ କିଛି ଦିନ ତଳେ କେସିଙ୍ଗା ର ମେଡିକାଲ ର ଅବ୍ୟବସ୍ଥା ବିଷୟରେ ବିଭିନ୍ନ ଖବର କାଗଜରେ ଖବର ପ୍ରସାରଣ କରାଯାଇ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଇନହିଁ।ତେଣୁ କେସିଙ୍ଗା ସିଟିଜନ ଫୋରମ ସଭାପତି ଡ଼ ହେମସାଗର ସାହା ଭୁବନେଶ୍ଵର ଯାଏ ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଂଗ ଙ୍କୁ ସାକ୍ଷାତ କରି କେସିଙ୍ଗା ମେଡିକାଲ ର ବିଭିନ୍ନ ଅତ୍ୟାବଶ୍ୟକ ସମସ୍ୟା ଉପରେ ୮ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଦାବୀ ଗୁଡ଼ାକ ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ କେତେ ସମୟ ଲାଗୁଛି।