।। କେସିଙ୍ଗା/ କ୍ରାନ୍ତିକ୍ଷେତ୍ର ନ୍ୟୁଜ ।। (ମଧୁସୂଦନ ଠାକୁର) : କେସିଙ୍ଗା ର ବିଭିନ୍ନ ୧୦ ଗୋଟି ମୁଖ୍ୟ ସମସ୍ୟା ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆରମ୍ଭ ହୋଇ ଥିବା ଆନ୍ଦୋଳନ ଇତି ମଧ୍ୟରେ ଅଷ୍ଟମ ଦିନ ରେ ପହଂଚିଛି ଏତେ ଦିନ ବିତିଯାଇ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମାଧାନ ର ବାଟ ବାହାରି ପାରି ନାହିଁ।ସପ୍ତମ ଦିନ ରେ ସଦର ବିଧାୟକ ସାଗର ଚରଣ ଦାସ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ଆନ୍ଦୋଳନ ସ୍ଥଳକୁ ଆସିଥିଲେ।ବିଧାୟକ ମହୋଦୟ ଆନ୍ଦୋଳନ କୁ ସମର୍ଥନ କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ମଧ୍ୟ ଉପଜିଲ୍ଲାପାଳ ଙ୍କ ଆନ୍ଦୋଳନ ସ୍ଥଗିତ କରିବା ପାଇଁ ସଚେତନ ନାଗରିକ ମଞ୍ଚ କୁ ଅନୁରୋଧ କାମଦେଲା ନାହିଁ।ଆଜି ଅଷ୍ଟମ ଦିନ ରେ ଆନ୍ଦୋଳନ କୁ ସମର୍ଥନ କରି କେସିଙ୍ଗା ନଗରପାଲ ନୃପ ରାଜ ଯାଦବ ଙ୍କ ସମେତ ଉପ ନଗରପାଲ ସରସ୍ଵତୀ ସାହା, କାଉନସିଲର ଶମ୍ଭୁ ବଗର୍ତ୍ତି,ରୋହିତ ଜୈନ,ରମାକାନ୍ତ ଜେନା, ସଦା ମାଝୀ ଙ୍କ ସମେତ କେସିଙ୍ଗା ଏନ୍ ଏ ସି ର ୧୨ ଗୋଟି ୱାର୍ଡ ର କାଉନସିଲର ମାନେ ଅନଶନରେ ବସି କେସିଙ୍ଗା ର ବିକାଶ ରେ ନିଜର ଯୋଗଦାନ କରିଥିଲେ।