।। କ.ନୂଆଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ ।। କନ୍ଧମାଳ ଜିଲ୍ଲା କ ନୂଆଗାଁ ପୋଲିସ ପକ୍ଷରୁ ଆଜି ରାଇକିଆ ଛକ ଠାରେ ଚଢ଼ାଉ କରି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ ରେ ଦୁଇ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମହିଳା ଦୁଇ ହେଲେ ରାଇକିଆ ଥାନା ଅଞ୍ଚଳର ପ୍ରିୟଙ୍କା ଦିଗାଲ, ମାନସୀ ଦିଗାଲ। ସୂଚନା ଥାଉକି ଥାନା ଅଧିକାରୀ ଅଶୋକ କୁମାର ହାଁସଦାଙ୍କ ନେତୃତ୍ୱରେ ଏସ ଆଇ ଅଶୋକ ତ୍ରିପାଠୀ ରାଇକିଆ ଛକ ନିକଟରେ ପେଟ୍ରଲିଙ୍ଗ କରୁଥିବାବେଳେ ଅଭିଯୁକ୍ତ ଦୁଇ ମହିଳା ବ୍ୟାଗ ଧରି ବସ୍ କୁ ଅପେକ୍ଷା କରିଥିଲେ। ଯାଞ୍ଚ ବେଳେ ଉଭୟଙ୍କ ଠାରୁ ୮ କେଜି ଗଂଜେଇ ଜବତ କରାଯାଇଥିଲା। ତହସିଲଦାର ଆନନ୍ଦ କୁମାର ପଣ୍ଡା ଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା। ଏନେଇ ଥାନ ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଂସଦା ସୂଚନା ଦେଇଛନ୍ତି।