ବିଷାକ୍ତ ମାଦକ ଦ୍ରବ୍ୟ ଠାରୁ ଦୂରେଇ ରହିବାକୁ ସଚେତନ କଲା ଅବକାରୀ ବିଭାଗ

।। କେସିଙ୍ଗା ।। କ୍ରାନ୍ତିକ୍ଷେତ୍ର ନ୍ୟୁଜ ।। (ମଧୁସୂଦନ ଠାକୁର) :  ଜିଲ୍ଲା ଅବକାରୀ ବିଭାଗ ଓ କେସିଙ୍ଗା ପଞ୍ଚାୟତ ସମିତି ମିଳିତ ଉଦ୍ୟମ ରେ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ବିଡ଼ିଓ ଜନ୍ମେଜୟ ସ୍ୱାଇଁ ଙ୍କ ନେତୃତ୍ବରେ ଏକ ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ବିଷାକ୍ତ ଦ୍ରବ୍ୟ ବିରୋଧ ରେ ପ୍ରଶାସନ ପକ୍ଷରୁ ଗତ ୨୦ତାରିଖରେ ଏକ ବ୍ଲକ ସ୍ତରୀୟ ସଚେତନତା ଅଭିଯାନ ଶୁଭାରମ୍ଭ କରା ଯାଇଥିଲା। ଏହା ସମଗ୍ର ବ୍ଲକ ର ୨୬ଟି ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ନିଶାଦ୍ରବ୍ୟ ,ଅପମିଶ୍ରିତ ଓ ବିଷାକ୍ତ ବିଷୟ ରେ ପାଲା,ଘୁମରା, ବ୍ଲକ ସ୍ତରୀୟ କର୍ମଶାଳା ,ନାଚଗୀତ ଅଭିନୟ ଦ୍ୱାରା ଲୋକଙ୍କୁ ସଚେତନ କରା ଯାଇଥିଲା।ଗତ ୨୦ ତାରିଖ ଠାରୁ ୨୫ ତାରିଖ ଦୀର୍ଘ ୬ଦିନ ବ୍ୟାପି ସମଗ୍ର ବ୍ଲକ ର ୨୬ ଟି ଗ୍ରାମ ପଞ୍ଚାୟତ ବିଭିନ୍ନ ଗ୍ରାମରେ ଜିଲା ଅବକାରୀ ବିଭାଗର ନିର୍ଦ୍ଦେଶ ରେ ଲୋକଙ୍କୁ ସଚେତନ କରାଯାଇ ଥିଲା। ଗରିବ ଲୋକମାନେ ଦୁଇ ପଇସା ରୋଜଗାର କରି ପରିବାର ପୋଷିବା ପରିବର୍ତ୍ତେ ମଦ ନିଶାରେ ଆକୃଷ୍ଟ ହୋଇ ପରିବାର ପ୍ରତି ପୋଷଣ ରେ ବ୍ୟଘାତ ସୃଷ୍ଟି କରି ଥାଆନ୍ତି।ଯାହାଫଳରେ ପରିବାର ପ୍ରତି ପୋଷଣ ରେ ସମସ୍ୟା ଦେଖା ଯାଉଛି।ସେଥିପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇ ଜିଲା ଅବକାରୀ ବିଭାଗ କୁ ସଚେତନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ପ୍ରଥମେ ଏହି କାର୍ଯ୍ୟକ୍ରମ ବ୍ଲକ କାର୍ଯ୍ୟାଳୟ ରେ ପ୍ରଶାସନ ପକ୍ଷରୁ ୨୦ ତାରିଖ ରେଶୁଭାରମ୍ଭ କରାଯାଇ ଥିଲା। ଏହା ୨୫ତାରିଖ ଯାଏ କେସିଙ୍ଗା ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତ ରେ ଏହି ସଚେତନତା ଅଭିଯାନ ପ୍ରକ୍ରିୟା ଚାଲୁ କରିବା ପାଇଁ ପ୍ରଶାସନ ପକ୍ଷରୁ ଶପଥ ନିଅ ଯାଇଥିଲେ। ।ଏହି ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ,ବିଷାକ୍ତ ଦ୍ରବ୍ୟ ବିରୋଧ ରେ ପ୍ରଶାସନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ରୁ ଗତ୨୦ ତାରିଖ ଠାରୁ ଆରମ୍ଭ କରି ଏହି ସଚେତନତା ଅଭିଯାନକୁ ଆରମ୍ଭ କରି ବୁଧବାର ଦିନ ତୁର୍ଳାଖମାନ, ବୋରିଆ, ଆଦି ଗ୍ରାମ ପଞ୍ଚାୟତ ରେ ଲୋକଙ୍କୁ ପାଲା, ଘୁମରା, ନାଚଗୀତ କଳାକାର ମାନଙ୍କଦ୍ଵାରା ବର୍ଷା ଭିଜି ଭିଜି ଅଭିନୟ କରି ସଚେତନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ କେସିଙ୍ଗା ଅବକାରୀ ବିଭାଗର ଉପ ନିରୀକ୍ଷକ ବିଶ୍ୱଜିତ ଆରୁକ ଙ୍କ ସମେତ ଅବକାରୀ ବିଭାଗର ସମସ୍ତ କର୍ମଚାରୀ ଗ୍ରାମ ଗ୍ରାମ ପରିଭ୍ରମଣ କରି ସଚେତନତା କରିଥିଲେ।ଏହି ଅଭିଯାନ କୁ କିପରି ସଫଳ ରୂପାୟନ କରିବେ ସେ ବିଷୟରେ ଅବକାରୀ ବିଭାଗ ଉଦ୍ୟମ କରୁଥିବା ଜଣା ପଡ଼ିଛି।