- ପାପଡାହାଣ୍ଡି ଡ଼ାବୁଗାଁ ଯିବା ଆସିବା ବାଧାପ୍ରାପ୍ତ
।। ପାପଡାହାଣ୍ଡି ।। କ୍ରାନ୍ତିକ୍ଷେତ୍ର ନ୍ୟୁଜ ।। (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାବାଲ ଠାରେ ନିର୍ମାଣଧୀନ ବ୍ରିଜର ଅସ୍ଥାୟୀ ପୋଲ ଲଗାଣ ବର୍ଷା ହେତୁ ଭାଙ୍ଗି ଯାଇ ପାଣି ମାଡ଼ିଯିବା ଯୋଗୁଁ ଡ଼ାବୁଗାଁ ଓ ଉମରକୋଟ ଯାନବାହାନ ବାଧାପ୍ରାପ୍ତ ହୋଇଛି। ଅସ୍ଥାୟୀ ପୋଲ ମଧ୍ୟ ଗଭୀର ପାଣି ମାଡ଼ିଯିବା ଯୋଗୁଁ ଯିବା ଆସିବା ରେ ବାଧା ଉପଯିଥିବାରୁ ଯାତ୍ରୀ ମାନେ ପାପଡାହାଣ୍ଡି ମୈଦଲପୁର ଓ ଜାମ୍ୱଗୁଡା ଛକ ଠାରୁ ଜଟାବାଲ ଛକ ମଧ୍ୟ ଦେଇ ଡ଼ାବୁଗାଁ ଓ ଉମରକୋଟକୁ ଯିବା ଆସିବା କରୁଛନ୍ତି।
ସୂଚନା ଅନୁସାରେ ଗତ ଦୁଇ ଦିନ ହେଲା ପାପଡାହାଣ୍ଡି ବ୍ଲକ ଅଞ୍ଚଳ ରେ ଲଗାଣ ବର୍ଷା ଲାଗି ରହିଥିବାରୁ ଏପରି ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳ ରେ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ଯାତ୍ରୀଙ୍କୁ ସଜାଗ କରୁଥିବା ଦେଖିବାକୁ ମିଳିଛି। ଅଞ୍ଚଳ ରେ ଆଉ ଅଧିକା ପାଣି ବଡିବା ନେଇ ଆଶଙ୍କା କରାଯାଉଛି।