ଖଣି ପ୍ରଭାବିତ ଅଞ୍ଚଳରେ ମୌଳିକ ସୁବିଧା ସାତସପନ

।। କଳାହାଣ୍ଡି ।। କ୍ରାନ୍ତିକ୍ଷେତ୍ର ନ୍ୟୁଜ ।‌। (ଚିତ୍ରସେନ ବାଗ) : ବିକାଶର ଆଡୁଆଲରେ ଥୁଆମୂଳ ରାମପୁର ବ୍ଲକ, ଖଣି ପ୍ରଭାବିତ ଅଞ୍ଚଳରେ ମୌଳିକ ସୁବିଧା ସାତସପନ। କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଏବେବି ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିନାହାନ୍ତି ଆଦିବାସୀ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଲମାଲ ଯୋଜନା କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳିତ ମାନଭାବ ଯୋଗୁଁ ଯୋଜନା ସବୁ ବାଟବଣା ହୋଇଛି।

ଖଣି ପ୍ରଭାବିତ ମାଳିଗାଁ, ଅଡ୍ରି ଓ ଗୋପୀନାଥପୁର ଗ୍ରାମପଞ୍ଚାୟତର ଲୋକଙ୍କ ପାଇଁ ମୌଳିକ ସୁବିଧା ପାଲଟିଛି ସାତସପନ। ଗୋଟିଏ ପଟେ ଇନ୍ଦ୍ରାବତୀ ଜଳ ଭଣ୍ଡାର ତାଙ୍କୁ ଏକ ପ୍ରକାର ବନ୍ଦୀ କରିଥିବା ବେଳେ ଅନ୍ୟପଟେ ଉତ୍କଳ ଆଲୁମିନା ଖଣି ଖନନ କରି ଆଦିବାସୀ ଅଞ୍ଚଳରେ ବିକାଶ କରିବାରେ ବିଫଳ ହୋଇଛି। ମଣିଷ ଯାଇ ଚନ୍ଦ୍ରପୃଷ୍ଠ ରେ ଅବତରଣ କଲାଣି କିନ୍ତୁ ଏଠାରେ ବସବାସ କରୁଥିବା ଇଲାକାରେ ସାଧାରଣ ମୋବାଇଲ ନେଟୱର୍କ ନାହିଁ। କିମ୍ବା କୈାଣସି ମୈଲିକ ସୁବିଧା ପହଞ୍ଚି ପାରି ନାହିଁ।