ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆରେ ଚାଷ

କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ବି ପ୍ରଶାସନ ନିଷ୍କ୍ରିୟ

।। ତେନ୍ତୁଳିଖୁଣ୍ଟି ।। କ୍ରାନ୍ତିକ୍ଷେତ୍ର ନ୍ୟୁଜ୍।।(ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଓଡ଼ିଶା ସରକାରଙ୍କ ଅନୁଦାନରେ ଚାଲୁଥିବା ଏକମାତ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଉକ୍ତ ବିଦ୍ୟାଳୟ ଶିକ୍ଷାଦାନ ପାଇଁ ଅଧ୍ୟାପକ ସମସ୍ୟା ମଧ୍ୟରେ ,ପୁରୁଣା ଅଧ୍ୟାପକ ନିଜ ଅବସର ପରବର୍ତ୍ତୀ ଆର୍ଥିକ ସ୍ଥିତି ନେଇ ସମସ୍ୟାରେ ଥିବା ବେଳେ ବିଦ୍ୟାଳୟ ଖେଳ ପଡିଆ ଆଉ ଏକ ସମସ୍ୟା ହୋଇ ବାହାରିଛି। କେହି ଜଣେ ବ୍ୟକ୍ତି ଉକ୍ତ ପଡିଆ ନିଜ ପୈତୃକ ସଂପତ୍ତି ବୋଲି ଦାବି କରି ପଡ଼ିଆରେ ଟ୍ରାକ୍ଟର ଲଗାଇ ଚାଷ କରିଛି। ମକା ବିହନ ଲାଗିବ। ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପର ଦୁଇ ରୁ ତିନି ବିଭାଗ ଥିବା କୋଠାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚାଲିଛି। ତତ୍କାଳୀନ ପ୍ରକଳ୍ପ କର୍ତ୍ତୃପକ୍ଷ ଇନ୍ଦ୍ରାବତୀ ପ୍ରକଳ୍ପ କଲେଜକୁ ଅଫିସ ବିଲଡିଂ ଓ ତା ପରିସରରେ ଥିବା ସମୁଦାୟ ଷୋହଳ ଏକର ପ୍ରକଳ୍ପ ଅଧିକୃତ ଜମି ଦେଇଥିଲେ। ଖେଳ ପଡିଆ ଉନ୍ନତିକରଣ ପାଇଁ ନିକଟ ଅତୀତରେ ଦୁଇ ଥର ମନରେଗାରେ କାର୍ଯ୍ୟ ବ୍ଲକ ତରଫରୁ ହୋଇଛି। କିଭଳି ବର୍ତ୍ତମାନ ଏହି ଖେଳ ପଡିଆ ଘରୋଇ ହେଲା ବୋଲି ପ୍ରଶ୍ନ ହୋଇଛି। ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବିନୟ ବେହେରା ଖେଳ ପଡିଆ ରେ ଚାଷ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି,ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ରାଜସ୍ବ ନୀରିକ୍ଷକଙ୍କ ଦ୍ଵାରା ତଦନ୍ତ କରାଇ ତହସିଲଦାର ଚୁପ୍। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ବହୁ ବ୍ୟକ୍ତି ସେହି ସମୟ ଦରରେ ଅର୍ଥ ନେଇ ପ୍ରକଳ୍ପକୁ ଜମି ଦେଇଥିଲେ କିନ୍ତୁ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ଯୋଗୁଁ ମୂଳ ଜମି ମାଲିକଙ୍କ ପଟାରୁ ନାମ କଟି ପ୍ରକଳ୍ପ ଖାତାକୁ ଆସିନାହିଁ। ଦୀର୍ଘ ବର୍ଷ ମୂଳ ଜମି ମାଲିକ ଚୁପ୍ ରହିଥିଲେ କିନ୍ତୁ ମଞ୍ଚା ଗାଁ ରାଜସ୍ବ ସର୍କଲରେ ମୂଳ ଜମି ମାଲିକ ପ୍ରକଳ୍ପକୁ ଦେଇଥିବା ଜମି ପୁଣି ନିଜ ଅକ୍ତିଆରକୁ ନେଇ ଚାଷ କରିବା ଓ ଇନ୍ଦ୍ରାବତୀରେ ମାର୍କେଟ କମ୍ପ୍ଲେକ୍ସ ଥିବା ଜମି ମୂଳ ଜମି ମାଲିକ ବିକ୍ରି କରିବା ଓ ରେଜିଷ୍ଟ୍ରେସନ୍ କରାଇ ନେବା ପରେ ଧିରେଧିରେ ପ୍ରକଳ୍ପ ଅଧିଗୃହୀତ ଜମି ବହୁ ସ୍ଥାନରେ ବିବାଦକୁ ଆସିଲାଣି। ଇନ୍ଦ୍ରାବତୀ ପ୍ରକଳ୍ପ କର୍ତୁପକ୍ଷଙ୍କ ବେଖାତୀର ମନୋଭାବ ଯୋଗୁଁ ନିଜ ଅଧିଗୃହୀତ ଜମି ନିଜ ନାମରେ ନ କରିବା ଯୋଗୁଁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଜମି ମିଳୁନି ଏବଂ ଜମି ବିକ୍ରିବଟା ହେଉଛି ଏଭଳି ଅନୁଷ୍ଠାନ ପାଇଁ ସମସ୍ୟା ସୃଷ୍ଟି ହେଉଛି। ଉପଜିଲ୍ଲାପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଭର୍ଣି ବଡିର ସମ୍ପାଦକ,ସେ ହିଁ ରାଜସ୍ବ ଅଧିକାରୀ ଦେଖିବାକୁ ରହିଲା ଆଗକୁ ପ୍ରକଳ୍ପ ଅଧି ଗୃହୀତ ଜମି ତଥା ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡ଼ିଆରେ ଚାଷ ସମସ୍ୟାର କଣ ସମାଧାନ ବାହାର କରିବ।