କେବେ ସୁଧୁରିବ ଖାତିଗୁଡ଼ା ଶ୍ମଶାନ ସମସ୍ୟା

।। ତେନ୍ତୁଳିଖୁଣ୍ଟି ।। କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ ।। (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗପଦର ଗ୍ରାମ ପଞ୍ଚାୟତ ଖାତିଗୁଡ଼ା (ଇନ୍ଦ୍ରାବତୀ) ରେ ଥିବା ଶ୍ମଶାନରେ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ପଞ୍ଚାୟତ ଠୁଁ ଆରମ୍ଭ କରି ପଞ୍ଚାୟତ ସମିତି ସ୍ତରରେ ଏପରିକି ବିଧାୟକ ,ଏମ ପି ,ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ସମାଧାନ ହୋଇ ପାରିନି। କେବଳ ଶବ ଦାହ ହେଉଛି ବୋଲି ଶ୍ମଶାନ ନ ହେଲେ ସେହି ସ୍ଥାନରେ ଶବ ଦାହ ତଥା ଶବ ଦାହ ପାଇଁ ଆବଶ୍ୟକ ସାମଗ୍ରୀ ରଖିବା ଓ ଯାଇଥିବା ବନ୍ଧୁ ପରିଜନଙ୍କ ପାଇଁ କୌଣସି ସର୍ବନିମ୍ନ ବ୍ୟବସ୍ଥା ନାହିଁ। ଶ୍ମଶାନକୁ ଯିବା ପାଇଁ ରାସ୍ତା ଯାତାୟାତ ଉପଯୋଗୀ ନ ଥିବାରୁ ଶବ କାନ୍ଧେଇ ନେବାବେଳେ ତଥା ଶବ ଦାହ ପାଇଁ କାଠ ଆଦି ନେବା ପାଇଁ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଛି। ବର୍ଷା ଦିନେ ଆହୁରି କଦର୍ଯ୍ୟ ହୋଇ ପଡ଼ୁଛି। ଶ୍ମଶାନ ନିକଟରେ କୌଣସି ପାନୀୟ ଜଳ ବ୍ୟବସ୍ଥା ନାହିଁ। ଶ୍ମଶାନ ପରିସରରେ ନା ବିଶ୍ରାମ ଗୃହ ଅଛି ନା ଶବ ଦାହ ପିଣ୍ଡି ଅଛି? ପିଣ୍ଡ ରାନ୍ଧିବା ପାଇଁ ପାଣି ତଥା ସ୍ନାନ ପାଇଁ ଆବର୍ଜନା ଭରା ନଦୀ ଜଳ ବ୍ୟବହାର ପାଇଁ ବାଧ୍ୟ ହେବାକୁ ପଡୁଛି। ପରିଷ୍କାର ପରିଚ୍ଛନ୍ନ ତ ଦୂରର କଥା। ବିଶ୍ରାମ ଗୃହ ପାଇଁ ତଥା ରାସ୍ତା ପାଇଁ ବିଗତ ଦଶରୁ ପନ୍ଦର ବର୍ଷ ମଧ୍ୟରେ ତିରିଶ ଲକ୍ଷ ଟଙ୍କା ପଞ୍ଚାୟତ ତଥା ପଞ୍ଚାୟତ ସମିତିରୁ ବ୍ୟୟ ହୋଇଥିଲେ ମଧ୍ୟ ବିଶ୍ରାମ ଗୃହ ବ୍ୟବହାର ଉପଯୋଗୀ ହୋଇ ପାରିନି। ଆଲୋକ ବ୍ୟବସ୍ଥା ତ ସ୍ବପ୍ନ। ଶ୍ମଶାନ ଯେଉଁଠି ଚାଲିଛି ସେଠାରେ ଘରୋଇ ଓ ସରକାରୀ ଜମି ରହିଛି ଏଣୁ ମଝିରେ ମଝିରେ ବିବାଦ ଉପୂଜୁଛି ସେଥି ପାଇଁ ସରକାରୀ ଅନାବାଦୀ ଜମି ଉଭୟ ରାସ୍ତା ଓ ବିଶ୍ରାମ ଗୃହ ଶବ ଦାହ ପିଣ୍ଡି ପାଇଁ ଚିହ୍ନଟ କରିବାକୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ନିବେଦନ ସତ୍ତ୍ୱେ ଚିହ୍ନଟ ହୋଇ ପାରିନି। ରାସ୍ତା ନିର୍ମାଣ ବିଶ୍ରାମ ଗୃହ ନିର୍ମାଣ, ଶବ ଦାହ ପିଣ୍ଡି ,ପାନୀୟ ଜଳ ବ୍ୟବସ୍ଥା,ଆଲୋକ ବ୍ୟବସ୍ଥା ଆଦି ସମାଧାନ ପାଇଁ ତତ୍କାଳୀନ ସରକାରର ମନ୍ତ୍ରୀ, ବିଧାୟକ, ଏମ ପି, ବ୍ଲକ ଅଧ୍ୟକ୍ଷା, ବିଡ଼ିଓଙ୍କୁ ଗତ ଦଶ ବର୍ଷରେ ବହୁବାର ନିବେଦନ କରାଯାଇଥିଲେ ମଧ୍ୟ ସମାଧାନ ହୋଇ ପାରିନି। ବର୍ତ୍ତମାନର ବିଧାୟକ ଗୌରୀଶଙ୍କର ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କହିଲେ ମୋର ଫୋକସ୍ରେ ଏହି ସମସ୍ୟା ରହିଛି ଖୁବ୍ ଶୀଘ୍ର ଏ ନେଇ ପଦକ୍ଷେପ ନିଆଯିବ। ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ କହିଲେ ଏହି ଶ୍ମଶାନ ରାସ୍ତା ପାଇଁ ମହାତ୍ମା ଗାନ୍ଧୀ ମନରେଗା ଯୋଜନାରେ ଦଶ ଲକ୍ଷ ଟଙ୍କାର ପ୍ରକଳ୍ପ ରଖାଯାଇଛି ଅନ୍ୟ ସମସ୍ୟା ପ୍ରତି ପର୍ଯ୍ୟାୟକ୍ରମେ ଦୃଷ୍ଟି ଦିଆଯିବ।