ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା):ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବାରୁ ଜଙ୍ଗଲି ହାତୀ ଗାଁ ମୁହାଁ ହୋଇ କାହାର ଧାନ ଚାଷ ନଷ୍ଟ କରୁଛନ୍ତି ତ ଆଉ କାହାର ବଗିଚାକୁ ପଶି ବଗିଚା ନଷ୍ଟ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସଦର ପଞ୍ଚାୟତ ଗୈାଡକେଲା ଗାଁରେ ଥିବା ଡଃ ତାରାପ୍ରସାଦ ସତପଥିଙ୍କ ଆମ୍ବ ବଗିଚାରେ। ବୁଧବାର ରାତିରେ ଜଙ୍ଗଲି ହାତୀ ପଲ ଆସି ଲକ୍ଷାଧିକ ଟଙ୍କାର ଆମ୍ବ ବଗିଚାର ଗଛ ଗୁଡିକ ଭାଙ୍ଗିବା ସହ ଗଛ ଗୁଡିକୁ ଉପାଡ଼ି ବ୍ୟାପକ କ୍ଷୟକ୍ଷତି କରିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଡଃ ସତପଥ ମ.ରାମପୁର ରେଞ୍ଜ ଅଧିକାରୀ ତଥା ଏସିଏଫ ଅତିସ କୁମାର ଦାସଙ୍କୁ କ୍ଷୟକ୍ଷତିର ଆକଳନ କରି କ୍ଷତି ପୂରଣ ପାଇଁ ଏକ ଲିଖିତ ଅଭିଯୋଗ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଭଳି© ଆଗରୁ ମଧ୍ୟ ଅନେକ ଥର ହାତୀ ପଲ କ୍ଷୟକ୍ଷତି କରିଥିବା ଡ଼ଃ ସତପଥି କହିଛନ୍ତି।