ବିଧବା ଭତ୍ତା ପାଇବାରୁ ବଞ୍ଚିତ ରାମା ଭୋଇ

କର୍ଲାମୁଣ୍ଡା/କ୍ରାନ୍ତି କ୍ଷେତ୍ର ନ୍ୟୁଜ୍ (ପବିତ୍ର ସାହୁ) : ସରକାର ବୃଦ୍ଧ ବୃଦ୍ଧା ବିଧବା ଭିନ୍ନ‌କ୍ଷମମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ଯୋଗାଇ ଦେଉଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ତଥା ଅବହେଳା ଯୋଗୁଁ ପ୍ରକୃତ ହିତାଧୂକାରୀ ଉତ୍ତା ପାଇବାରୁ ବଞ୍ଚିତ ହେଉଥିବା ଘଟଣା ବହୁବାର ନଜରକୁ ଆସୁଛି। ଏହାର ଆଉ ଏକ ଉଦାହରଣ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଖଲିଆପାଲି ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ବିଧବା ମହିଳା ରାମା ଭୋଇ ଙ୍କ ସ୍ବାମୀ ଗୌତ୍ତମ ଭୋଇ ମୃତ୍ୟୁ ବରଣ କରିବାର ୧୩ ମାସ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା ଖଣ୍ଡିଏ ମିଳିପାରି ନାହିଁ। ଫଳରେ ରେ ସ୍ବାମୀଙ୍କ ମୃତ୍ୟୁ ପରେ ରାମା ଅସହାୟ ହୋଇ ପଡ଼ିରହିଛନ୍ତି। ଗରିବ ଶ୍ରେଣୀ ର ହୋଇଥିବାରୁ ଚାଲିବା ମଧ୍ୟ କଷ୍ଟକର ହୋଇପଡୁଛି। ଅନ୍ୟପଟେ ବିଧବା ରାମା ଭୋଇ ଙ୍କୁ ୮୦ ବର୍ଷ ଅତିକ୍ରମ କରିଛି ସାରିଛି। ବିଧବା ଭତ୍ତା ପାଇଁ ଅନ୍‌ଲାଇନ ଆବେଦନ କଲେ ମଧ୍ୟ ପ୍ରତ୍ୟାଖାନ କରାଯାଉଛି। ଅସହାୟ ମହିଳାଙ୍କୁ ବିଧବା ଭତ୍ତା ମିଳୁନି, ତେବେ ଯୋଜନା କାହା ପାଇଁ ବୋଲି ରାମା ପ୍ରଶ୍ନ ଉଠାଇଛନ୍ତି। ସେ ଅନେକ ଥର ପଂଚାୟତ ଅଫିସ୍‌ କୁ ଗଲେ ମଧ୍ୟ ଅଧିକାରୀ ମାନଙ୍କୁ ଦେଖା କରିପାରିନାହାନ୍ତି। ବ୍ଲକ କାର୍ଯ୍ୟାଳୟକୁ ଯାଇ ଥିଲେ ମଧ୍ୟ ସେଠିକାର ଅଧିକାରୀ ମାନେ ତମର ୧୦୦ ବର୍ଷ ହୋଇସାରିଛି ତୁମର ଭତ୍ତା ହେବନି ବୋଲି ମନା କରି ଦେଇଥିବା କହିଛନ୍ତି ରାମା ଏନେଇ ଅଭିଯୋଗ କରି ଆସୁଥିଲେ ମଧ୍ୟ ତାଙ୍କ କଥାକୁ କେହି କର୍ଣ୍ଣପାତ କରୁନଥିବା ରାମା ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରି ଯଥାଶୀଘ୍ର ଜିଲ୍ଲାପ୍ରଶାସନ ରାମାକୁ ବିଧବା ଭତ୍ତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।