କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ଏସବିଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନ ତରଫରୁ ସମାଜ କୁ ସଫା ସୁତୁରା ରଖିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଏବଂ ସ୍ଵଚ୍ଛତା ଉପରେ ସଚେତନତା କରି ଆସୁଛି।ଆଜି କେସିଙ୍ଗା ନଗରପାଲିକା ଅଧିନସ୍ଥ୍ ୱାର୍ଡ ନମ୍ବର ୦୮ ର ସ୍ମାର୍ଟ କଲୋନୀ ରେ କେସିଙ୍ଗା ନଗରପାଳିକା ର ସ୍ଵଚ୍ଛତା ନିରୀକ୍ଷକ ଆକୁଲ ନାୟକ ଙ୍କ ଦ୍ଵରା ନଗରପାଳିକା ର ସଫେଇ କର୍ମଚାରୀ ଙ୍କୁ ବର୍ଷା କୁ ଦୃଷ୍ଟି ରେ ରଖି ରେନ କୋଟ ସେଫ୍ଟି ଜୋତା ଏବଂ ହେଣ୍ଡ ଗ୍ଲୋବ ସ୍ୱଛ ଭାରତ ଅଭିଜାନ ମାଧ୍ୟମ ରେ ରାମକୀ ଫାଉଣ୍ଡେସନ ଦ୍ୱାରା ପ୍ରଦାନ କରାଯାଇଥିଲା। ମୁନିସିପାଲଟି ର ଅନ୍ୟାନ୍ୟ କର୍ମଚାରି ଙ୍କ ସହିତ ରାମକି ଫାଉଣ୍ଡେସନ ର ପିସି, ଡାକ୍ତର ବିମଳ ଚରଣ ଷଡଙ୍ଗୀ ଭେଷଜ ବିତରକ ଜ୍ୟୋଷ୍ଣାମୟୀ ବେହେରା ଷ୍ଟାଫ ନର୍ସ ପଙ୍କଜିନି ରଣା ଏଲ ଟି ନିତୁ ନାୟକ ପାଇଲଟ ନିରଞ୍ଜନ ହାତୀ ଲିଙ୍ଗରାଜ ସ୍ୱାଇଁ ଉପସ୍ଥିତି ଥିଲେ। ଏଠାରେ ପ୍ରକାଶ ଥାଉକୀ ଗତକାଲି ଉକ୍ତ ଫାଉଣ୍ଡେସନ ଭବାନୀପାଟଣା ମ୍ୟୁନିସିପାଲଟି ରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କୁ ଜୋତା ଓ ରେନକୋଟ ବଣ୍ଟନ କରିଥିଲା। ଆଗକୁ ଏହି ସଂସ୍ଥା ଦ୍ଵାରା କେସିଙ୍ଗା ଅଂଚଳ ଲାଗି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ମାନେ ନଗରପାଲିକା ପାଇଁ କରାଯିବ ବୋଲି ଆଲୋଚନା କରାଯାଇଛି। ଏଥିପାଇଁ ନଗରପାଳିକା ର ସ୍ଵଚ୍ଛତା ନିରୀକ୍ଷକ ଶ୍ରୀଯୁକ୍ତ ନାୟକ ଏସ ବି ଆଇ ଓ ରାମକୀ ଫାଉଣ୍ଡେସନ କୁ ଧନ୍ୟବାଦ ଅର୍ପଣ କରିଥିଲେ।