ଭକ୍ତଙ୍କ ଗହଣରେ ମାଉସୀ ଘର ଗଲେ ମହାବାହୁ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ବଡ଼ଭାଇ ଓ ଭଉଣୀ କୁ ନେଇ ୯ ଦିନ ପାଇଁ କାଳିଆସାଆନ୍ତ ଇତି ମଧ୍ୟରେ ମାଉସୀ ମାଁ ଙ୍କ ଘରେ ପହଞ୍ଚିଛନ୍ତି।ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ରେ ଅନୁକୂଳ ପାଗ ଯୋଗୁଁ ହଜାର ହଜାର ସଂଖ୍ୟାରେ ଭକ୍ତ ଙ୍କ ଉପସ୍ଥିତିରେ ଘଣ୍ଟ,ଶଙ୍ଖ, ହୁଳୁ ହୁଳି ଶବ୍ଦରେ ଧୁମଧାମ ରେ ରଥ ଯାତ୍ରା ସମ୍ପନ୍ନ ହୋଇଛି।ସକାଳୁ ସକାଳୁ ଯଥା ରୀତି ନୀତି ଅବଲମ୍ବନ କରି ପୂଜାର୍ଚ୍ଚନା କରାଯାଇଥିଲା। ପରେ ଗ୍ରାମର ଗୌନ୍ତିଆ ଡ ହେମସାଗର ସାହା ରଥ ଉପରେ ଛେରାପହଁରା କାମ ସମ୍ପନ୍ନ କରିଥିଲେ।କେସିଙ୍ଗା ରେ ପ୍ରତିବର୍ଷ ୩ ଟି ରଥ ଟଣା ଯାଇଥାଏ ପ୍ରବଳ ଭିଡ଼ କୁ ଆଖିଆଗରେ ରଖି କୌଣସି ଅଘଟଣ କୁ ଏଡ଼ାଇବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର ଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ ଦେଖିବାକୁ ମିଳିଥିଲା।ସେହିପରି ଦମକଳ ବାହୀନି ଓ ବିଦ୍ୟୁତ ବିଭାଗ ନିଜ ନିଜ କାମରେ ନିୟୋଜିତ ଥିଲେ।