ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ନର୍ଲା ବ୍ଲକ ବୁଢୀପଦର ସ୍ଥିତ ଦେବଗିରି ମଠଠାରେ ମହାପ୍ରଭୁ ଦଧିବାମନଜୀଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀ ଛେରାପହଁରା କରିଥିବାବେଳେ ସେବାୟତ ତପିବର ଦାସ, ପୁଜକ ସନ୍ତୋଷ ପାଢ଼ୀ, ସେବକ ଟିକେ ଗଉଡ, ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ବିଜୟ ଧଙ୍ଗଡାମାଝୀ, ରଜନୀ ଗଉଡ, ବିଷ୍ଣୁ ଗଉଡ, ସଞ୍ଜୟ ଧଙ୍ଗଡାମାଝୀ, ସୁରେନ୍ଦ୍ର ମାଝୀ, ସତ୍ରୁଘନ ଧଙ୍ଗଡାମାଝୀ, ଦେବରାଜ ଗଉଡ, ଲୋକନାଥ ଗଉଡ, ପ୍ରଦୀପ ଧଙ୍ଗଡାମାଝୀ, ବିଭିଷଣ ଧଙ୍ଗଡାମାଝୀ, ଗୌନ୍ତିଆଙ୍କ ପ୍ରତିନିଧି କାନ୍ତ ମାଝୀ ଓ ଖିରାବ୍ଧି ମାଝୀ, ଧନେ ମାଝୀ, ଶିକ୍ଷାବିତ ଅଶୋକ ଧଙ୍ଗଡାମାଝୀ, ଧନେ ହେର୍ଣ୍ଣା, ବିଭିଷଣ ଦାସ, ରୋମାଞ୍ଚଳ ଦାସ ପ୍ରମୁଖ ସହଯୋଗ କରିଥିଲେ। ଏକ ଭବ୍ୟ ଶୋଭାଯାତ୍ରାରେ ଦଧିବାମନଙ୍କ ପାଖରୁ ଆଜ୍ଞା ମାଳ ଆସିବା ପରେ ଛେରାପହଁରା ହୋଇ ରଥଟଣା ହୋଇଥିଲା। ଡାହୁକ ବିଜୟ ଧଙ୍ଗଡାମାଝୀଙ୍କ ଡ଼ାକ ସହ ଗଣା ବଜା ଓ ଯାଦବ ରମଣୀଙ୍କ ବନ୍ଦାପନା ଦେବଗିରି ରଥଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା।