ପୁରୀ – ଅହମଦାବାଦ ଟ୍ରେନ ରେ ଧୁଆଁ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ଏକ ନମ୍ବର ପ୍ଲାଟଫର୍ମ ରେ ଅଳ୍ପକେ ବଞ୍ଚିଲା ପୁରୀ – ଅହମଦାବାଦ ସୁପର ଫାଷ୍ଟ ଟ୍ରେନ ର ଏସ ୧ ବଗି।ସୂଚନା ପୁରୀ – ଅହମଦାବାଦ ସୁପରଫାଷ୍ଟ ଟ୍ରେନ ରାତ୍ର ୯ ଟା ରେ କେସିଙ୍ଗା ଷ୍ଟେସନ ଏକ ନମ୍ବର ପ୍ଲାଟଫର୍ମ ରେ ପହଞ୍ଚିବା ପରେ କିଛି ଯାତ୍ରୀ ଟ୍ରେନ ର ଏସ ୧ ନମ୍ବର ବଗିର ଚକା ତଳୁ ପ୍ରବଳ ଧୁଆଁ ବାହାରିବାର ଦେଖି ବଗି ରେ ବସିଥିବା ଯାତ୍ରୀ ମାନଙ୍କୁ ତଳକୁ ଓହ୍ଲାଇବା ପାଇଁ କହିଥିଲେ କ୍ଷଣକ ପାଇଁ ଏକ ନମ୍ବର ପ୍ଲାଟଫର୍ମ ରେ ଅଫ୍ରାତଫରି ର ମାହୋଲ ଦେଖାଯାଇଥିଲା।ପରେ ଷ୍ଟେସନ ମାଷ୍ଟର ଙ୍କୁ ଖବର ଦେବାପରେ ଏସ ଆର ଏମ ଭୋଇ ବାବୁ ଓ ଷ୍ଟେସନ ର ଆର ପି ଏଫ ଷ୍ଟାଫ ଙ୍କ ନିରୀକ୍ଷଣ ପରେ ଟ୍ରେନ ପ୍ରାୟ ଏକ ଘଣ୍ଟା ପରେ ସବୁ କିଛି ଯାଞ୍ଚ ପରେ ଆଗକୁ ବଢିଥିଲା।