ଦଶରଥପୁରରେ ମହା ଆଡ଼ମ୍ବରେ ରଥଯାତ୍ରା

ଯାଜପୁର /କ୍ରାନ୍ତିକ୍ଷେତ୍ର ନ୍ୟୁଜ (ପ୍ରଦୀପ ମଲ୍ଲିକ) : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ରେ ଆଜି ବିଭିନ୍ନ ସ୍ଥାନ ରେ ଯାକଜମକ ରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିରିପଟା ପଞ୍ଚାୟତ ଅନ୍ତର୍ଗତ ନାରିଗାଁ ସ୍ଥିତ ଚ଼ନ୍ଦନ ଶ୍ରୀକ୍ଷେତ୍ରରେ ପାରମ୍ପରିକ ରଥଯାତ୍ରା ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାବେଶରେ ପାଳିତ ହୋଇଯାଇଛି। ପ୍ରଭାତରୁ ଶୃଙ୍ଖଳିତ ଭାବେ ମନ୍ଦିରର ନିତୀକାନ୍ତି ପାଳନ ହେବା ସଙ୍ଗେ ସଙ୍ଗେ ଶ୍ରୀଜୀଉଙ୍କୁ ପୂଜକମାନେ ଯଥା ସମୟରେ ବିଗ୍ରହମାନଙ୍କୁ ରଥାରୂଢ କରାଇଥିଲେ।ଦିବା ୩ ଘଟିକା ସମୟରେ ରଥ ଟଣା ହୋଇଥିଲା ଳ। ସେହିପରି ଏହି ବ୍ଲକର କନିକାପଡ଼ା ପଞ୍ଚାୟତ ଦାମୋଦରପୁର ଗ୍ରାମର ଜଗନ୍ନାଥ ରଥରେ ସମାଜସେବୀ ଜଗଦୀଶଶଙ୍କର ସାହୁ ଛେରା ପହଁରା କରିଥିଲି। ୩ ଠାକୁର ଙ୍କୁ ରଥରେ ମାନସି ପାଟଣା ଗ୍ରାମର ଗୁଣ୍ଡିଚା ନଗର ଅଣାଯାଇଥିଲା। ବାବାଲପୁର,ନିଜାମପୁର ପଞ୍ଚାୟତର ପାରିପଦା ଗାଁ,ହଳଦୀପଦା, ଜାଫରପୁର, ମଙ୍ଗଳପୁର, କୁଟୁରିଆ, ଝୁମ୍ପୁରୀ, ବର ହଟା, ଥାଳକୁଢ଼ି, ଆଦି ଗ୍ରାମ ରେ ମହା ଆଡମ୍ବର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।ମଙ୍ଗଳପୁର ଓ ଦଶରଥପୁର ପୋଲିସ ରଥ ଟଣା ଯାଉଥିବା ସ୍ଥାନ ଉପସ୍ଥିତ ରହି ଶାନ୍ତିସୁଙ୍ଖଳା ସମାପ୍ତ କରିଥିଲେ।