ମ, ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : ସାରା ରାଜ୍ୟରେ ଶ୍ରୀ ଜୀଉଙ୍କ ଘୋଷଯାତ୍ରା ମହାସମାରୋହରେ ପାଳିତ ହେଉଥିବା ନେଇ ସେପରି କଳାହାଣ୍ଡି ଜିଲ୍ଲା ମ, ରାମପୁର ବ୍ଲକ ର ବିଭିନ୍ନ ଗାଁରେ ଶ୍ରୀ ଜୀଉଙ୍କ ଘୋଷଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାତଃ ସମୟରେ ଶ୍ରୀଜୀଉମାନଙ୍କର ପୂଜା ପାଠ ନିତିକାନ୍ତି ଶାନ୍ତି ଶୃଙ୍ଖଳା ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଙ୍କ ନେତୃତ୍ବରେ ଓ ସ୍ଥାନୀୟ ପୋଲିସ ଅଧିକାରୀ ସୁଦର୍ଶନ ନାୟକ ଙ୍କ ଦ୍ଵାରା ଶାନ୍ତି ଶୃଙ୍ଖଳା ରକ୍ଷା କରି ପାଳିତ ହୋଇଯାଇଛି । ଏଥିରେ ରାଜପରିବାର ବୁଧେନ୍ଦ୍ରପ୍ରତାପ ସିଂହ ଦେଓ ଛେରାପହଁରା କରିଥିଲେ ଶ୍ରୀ ଜୀଉ ଚତୁର୍ଦ୍ଧାମୂର୍ତ୍ତି ଙ୍କ ପହଣ୍ଡି ବିଜେ କରି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ କରାଯାଇ ରଥ ଭକ୍ତାଲୁ ମାନଙ୍କ ଦ୍ଵାରା ଟଣା ଯାଇ ମାଉସୀ ମନ୍ଦିର କୁ ସନ୍ଧ୍ୟା ୭/୩୦ ମିନିଟ୍ ରେ ପହୁଞ୍ଚି ଥିଲେ। ଏଥିରେ ଜଗନ୍ନାଥ ମନ୍ଦିର ପୂଜକ ଅଶୋକ କୁମାର ତ୍ରିପାଠୀ ଶ୍ରୀ ଜୀଉଙ୍କ ପୂଜା ପାଠ କରିଥିବା ବେଳେ ପ୍ରସାନ୍ତ କୁମାର ସାମନ୍ତରାୟ, ଉଦ୍ଧବ ପଣ୍ଡା,ମଳୟ କୁମାର ତ୍ରିପାଠୀ, ଶିବପ୍ରସାଦ ସତପଥି, ସହଯୋଗ କରିଥିଲେ। ଜଗନ୍ନାଥଙ୍କ ସେବକ ଜଗନ୍ନାଥ ସାହୁ, ପ୍ରକାଶ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ସୁରେନ୍ଦ୍ର ସାହୁ ,ଧିରେନ ସାହୁ, ପରମେଶ୍ବର ସାହୁ, ସହଯୋଗ ରେ ଘୋଷଯାତ୍ରା ମହାସମାରୋହରେ ପାଳିତ ହୋଇଥିବା ପଶ୍ଚିମ ଓଡ଼ିଶା ର ପ୍ରଶିଦ୍ଧ ଘୋଷ ଯାତ୍ରା କାରୁଣ୍ଡ ଶ୍ରୀ କ୍ଷେତ୍ର କଢେଲ ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ତିନି ରଥରେ ତିନି ଠାକୁର ଙ୍କୁ ପହଣ୍ଡି ବିଜେ କରି ରଥାରୂଢ଼ କରାଯାଇଥିଲା ଆଜି ସନିବାର ଦିନ ବଳଭଦ୍ରଙ୍କ ରଥ ଓ ଜଗନ୍ନାଥଙ୍କ ରଥକୁ ପୁରୁଷ ଓ ସୁଭଦ୍ରା ମାଁ ଙ୍କ ରଥ କୁ ମହିଳା ମାନେ ଟାଣି ଥାନ୍ତି। କାରୁଣ୍ଡ ଶ୍ରୀକ୍ଷେତ୍ର ଗଜପତି ମହାରାଜା ଭାବେ ସକ୍ରୀମାଝୀ ଛେରାପହଁରା ନୀତି ସମ୍ପନ୍ନ କରିଥାନ୍ତି ଉକ୍ତ କାରୁଣ୍ଡ ଶ୍ରୀ କ୍ଷେତ୍ର କୁ ବଳାଙ୍ଗିର,ବଉଦ, ସୁବର୍ଣ୍ଣ ନୂଆ ପଡା କନ୍ଧ ମାନ ରୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସଥାନ୍ତି ଏହି ଘୋଷ ଯାତ୍ରା ଗୋଟିଏ ଦିନ ପରେ ହୋଇଥାଏ ପୋଲିସ ପ୍ରଶାସନ ଜିଲ୍ଲା ପ୍ରଶାସନ ଆସି ଶାନ୍ତି ଶୃଙ୍ଖଳା ରକ୍ଷା କରିଥାନ୍ତି। ଏଇ ଘୋଷ ଯାତ୍ରା କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ରାଜ୍ୟ ସରପଞ୍ଚ ସଂଘ ସଭାପତି ତଥା ବମକ ପଞ୍ଚାୟତ ସରପଞ୍ଚ ରୋମାଞ୍ଚଳ ସାହୁଙ୍କ ନେତୃତ୍ବରେ ହୋଇଥାଏ।