ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗଉଡ) : ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଗାଁ କୁ ଭଲ ରାସ୍ତା ନଥିବାରୁ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ, ନା ଗାଡି। ଯାହା ଫଳରେ ଗର୍ଭବତୀ ଖଟିଆ ବୁହା ହଇ କାର ଗାଡି ନିକଟରେ ପହଞ୍ଚିଥିଲେ। ଏହି ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକୋଳାପଦର ପଞ୍ଚାୟତର ସର୍ଗୀପାନୀ ଗାଁ ରେ। ସର୍ଗୀପାନୀ ଗାଁର ଅଭି ସାନ୍ତାଙ୍କ ସ୍ତ୍ରୀ ପୁଲକସାନ୍ତା, ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକ ଚାରି କିଲୋମିଟର ଖଟିଆ ରେ ବହି ପୁଲ ଝରୀଗ୍ରାମ ନିକଟରେ ପହଞ୍ଚି ଥିଲେ। କିନ୍ତୁ ଆମ୍ବୁଲାନ୍ସ ବା କାର ଯାଇଥିଲେ ମଧ୍ୟ ଗାଁ କୁ ରାସ୍ତା ନଥିବାରୁ ଗାଁରେ କାର ପହଞ୍ଚି ନପାରି ଗାଁ ଠାରୁ ଚାରି କିଲୋମିଟର ଦୂରରେ ଅଟକି ରହିଥିଲା। ପରେ ମୁଖ୍ୟରାସ୍ତା ଠାରୁ ଜଣଙ୍କ କାର ଯୋଗେ ଝରୀଗାଁ ମେଡିକାଲରେ ପହଞ୍ଚାଇ ଚିକିତ୍ସା କରାଯାଉଛି। ଝରିଗାଁ ବ୍ଲକରେ ଏବେ ମଧ୍ୟ ଅନେକ ଗାଁ କୁ ରାସ୍ତା ସଂଯୋଗ ହୋଇନାହିଁ। ଯାହାଫଳରେ ବର୍ଷା ଦିନେ ଲୋକେ ଗର୍ଭବତୀ କିମ୍ବା ରୋଗୀ ଖଟିଆ ରେ ବୁହାହେଉ ଥିବା ଘଟଣା ବାରମ୍ବାର ସାମ୍ନାକୁ ଆସିଛି।