ଯାଦବ ସମାଜ ପ୍ରତି ଅଶାଳୀନ ମନ୍ତବ୍ୟ ; ଥାନାରେ ମାମଲା

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଭବାନୀପାଟଣା ସହର ଯାଦବଙ୍କ ଦ୍ୱାରା ଆଜି ସ୍ଥାନୀୟ ଟାଉନ ଥାନାଠାରେ ଯାଦବ(ଗୌଡ଼) ସମ୍ପ୍ରଦାୟକୁ ଆକ୍ଷେପ ହୋଇ ଥିବା ମନ୍ତବ୍ୟକୁ ନେଇ ଏକ ମାମଲା ରୁଜୁ କରାଯାଇଛି। ଗତ ୨୭ ତାରିଖ ଦିନ  ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ଗ୍ରାମର ନିତେଇ ପାଲ ନାମକ ଜଣେ ଯୁବକ ଯାଦବ ସମାଜକୁ ଆକ୍ଷେପ କରି “ଯାଦବ ଦେଶଦ୍ରୋହୀ” ବୋଲି ତାଙ୍କ ଫେସବୁକ ଏକାଉଣ୍ଟରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଯାହାକି ସମଗ୍ର ଯାଦବ ସମାଜ ପ୍ରତି ଗଭୀର ଆଘାତ ଦେଇ ସମ୍ଭିଧାନିକ ଅଧିକାର ଓ ସମ୍ମାନନହାନୀ ହେଉଥିବା ଅଭିଯୋଗ କରି ଭବାନୀପାଟଣା ଟାଉନ ଥାନାଠାରେ ଭିତ୍ତିହୀନ ଲେଖା ପୋଷ୍ଟ କରିଥିବାରୁ ଶ୍ରୀପାଲଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ପୀତବାସ ବେହେରା, ରାଜେଶ ଗୌଡ଼, ନଳିନୀ ରଞ୍ଜନ ରାଉତ, ସତ୍ୟ ନାରାୟଣ ବିଶି, ମନୋଜ କୁମାର ବାଗ, ଲଷ୍ମୀ ରଞ୍ଜନ ବାଗ, ଅଶ୍ୱିନୀ ଚନ୍ଦନ, ସିଦ୍ଧାର୍ଥ ନାୟକ, ରାଧେ ରାଉତ, ଧର୍ମାନନ୍ଦ ବଗର୍ତ୍ତି, ଅରୁଣ ବାଗ, କ୍ରିତିକାନ୍ତ କାଣ୍ଡ, ଦୀପନ୍ତ ବଗର୍ତି ପ୍ରମୁଖ ଉପସ୍ଥିତ ଥିଲେ।