ମୋହନ ଗିରି ଧବଲେଶ୍ବର ଶିବ ମନ୍ଦିର ନୂତନ କର୍ମକର୍ତ୍ତା ନିର୍ବାଚିତ

ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଦୁର୍ଗମ ଅଞ୍ଚଳ ମୋହନ୍ ଗିରି ଶ୍ରୀ ଶ୍ରୀ ଧବଳେଶ୍ବର ଶିବ ମନ୍ଦିର ର ନୂତନ କର୍ମକର୍ତ୍ତା ନିର୍ବାଚନ ଶିବ ମନ୍ଦିର ପରିସରରେ ପୂର୍ଣ୍ଣାନନ୍ଦ ବଗର୍ତ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ ଶିବ ମନ୍ଦିର ପରିଚାଳନା କମିଟି ନୂତନ ସଭାପତି ଭାବେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ବୈଦ୍ୟ ନାରାୟଣ ଭୋଇ, ଉପସଭାପତି ମଧୂସୁଦନ ବିଶ୍ବାଳ, ସମ୍ପାଦକ ନେତ୍ରାନନ୍ଦ ସାହୁ,ସହ ସମ୍ପାଦକ ଅଶ୍ବସ୍ତମା ପୁଟା, ଚୟନ ହୋଇଥିବା ବେଳେ ମୋହନ ଗିରି ପଞ୍ଚାୟତ ଓ ସିଂ ପୁର ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମରୁ ନେଇ ୨୧ ଜଣିଆ ପରିଚାଳନା କମିଟି ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନ କୁ ମୋହନ ଗିରି ଫାଣ୍ଡି ଅଧିକାରୀ ମନଧର ମାଝୀ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ଭାବେ ପରିଚାଳନା କରିଥିବା ବେଳେ କ୍ଷୀରୋଦ ଚନ୍ଦ୍ର ସେଠୀ ବନପାଲ ସହଯୋଗ କରିଥିଲେ। ଉକ୍ତ ନିର୍ବାଚନ ରେ ଶହଶହ କର୍ମକର୍ତ୍ତା ଯୋଗ ଦେଇଥିଲେ।