ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଓ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ଜୁନାଗଡ଼ ନଗର ଗମନ ଅବସରରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ଭବ୍ୟ ଭାବେ ସ୍ବାଗତ ଜଣାଇଥିଲେ। ଏହି ସ୍ବାଗତ ସମାରୋହ ଏକ ଉତ୍ସବମୟ ପରିବେଶ ନେଇଥିଲା, ଯେଉଁଥିରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାମାନେ ବୃହତ ସଂଖ୍ୟାରେ ଉପସ୍ଥିତ ଥିଲେ। ଏହି ଅବସରରେ ଉପସ୍ଥିତ ଥିଲେ ଜୁନାଗଡ଼ ଟାଉନ ସଭାପତି ଅମିତ ଅଗ୍ରୱାଲ, ବିଶିଷ୍ଟ ସାମାଜିକ କର୍ମୀ ଚିତ୍ତରଞ୍ଜନ ନିଆଲ୍, ଜଣେ ଦଳପ୍ରେମୀ ଓ ନିଷ୍ଠାବାନ କାର୍ଯ୍ୟକର୍ତ୍ତା ପ୍ରଭାତ ଦାସ ଏବଂ ଅନ୍ୟାନ୍ୟ ଗଣ୍ୟମାନ୍ୟ ଜଣେ କୁମୁଦ ଗହିର ଯାଦବ,ସଉଲ ମଙ୍ଗ୍ରାଜ,ସୁନ୍ଦରଲାଲ କୁମାର, ପାର୍ମେ ମୋଟେଲ, କମଲଚରଣ ତାଣ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନ ଦୌରାନ୍ତ ସ୍ଥାନୀୟ ନେତାମାନେ ଦଳ ଶକ୍ତିକୁ ସୁଦୃଢ଼ କରିବା, ଗ୍ରାସ ରୁଟ୍ ସ୍ତରରେ କଂଗ୍ରେସର ଅସ୍ତିତ୍ୱକୁ ଶକ୍ତିଶାଳୀ କରିବା ଓ ଆଗାମୀ ନିର୍ବାଚନରେ ଏକ ବିକଳ୍ପ ରୂପେ ଉଭୟ ନେତାଙ୍କ ନେତୃତ୍ୱ ଉପରେ ଆଶା ବ୍ୟକ୍ତ କରିଥିଲେ।ତେବେ, ଭକ୍ତଦାସ ଓ ଅଜୟ କୁମାର ଲଲ୍ଲୁ ଦୁହେଁ ଅପେକ୍ଷା କରିଥିଲେ ଯେ, ଯୁବ ଓ ସ୍ଥାନୀୟ ଅଭିଯାନକୁ ଅଧିକ ଶକ୍ତି ଓ ଗତି ଦେଇ ଦଳକୁ ଜନମୂଳ ମଧ୍ୟରେ ପୁନଃସ୍ଥାପିତ କରାଯିବ। ସମାରୋହ ଅନ୍ତେ ତାଙ୍କୁ ସ୍ଥାନୀୟ ସଂସ୍କୃତି ଅନୁଯାୟୀ ପୁଷ୍ପ ମାଳା, ଉତ୍ତରୀୟ ଓ ସ୍ମୃତି ଚିହ୍ନ ଦେଇ ସମ୍ମାନିତ କରାଯାଇଥିଲା।ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଉତ୍ସବମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ ଦଳୀୟ ଏକତାର ଏକ ମଜବୁତ ଦୃଶ୍ୟ ପ୍ରଦର୍ଶିତ କରିଥିଲା।