ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ (କୈଳାସ ଚନ୍ଦ୍ର ବିଷୋୟୀ) : ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଦିନିକିଆ ନବରଙ୍ଗପୁର ଗସ୍ତ ରେ ଆସିଥିବା ବେଳେ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ମୈଦଲପୁର ଠାରେ କଂଗ୍ରେସ କର୍ମୀ ମାନେ ଶ୍ରୀଦାସଙ୍କୁ ସ୍ୱାଗତ କରିବା ସହ ପାଛଟି ନେଇଥିଲେ। ଶ୍ରୀଦାସଙ୍କୁ ଅନେକ କଂଗ୍ରେସ କର୍ମୀ ଅଞ୍ଚଳର ସମସ୍ୟା ଜଣାଇବା ସହ ଆଲୋଚନା କରିଥିଲେ। ଏହି ସମୟରେ ଓଡିଶା ପ୍ରେଦେଶ ପ୍ରଭାରୀ ଅଜୟ କୁମାର ଲୁଲ୍ଲୁ, ଜିଲ୍ଲା କଂଗ୍ରେସ ସଭାପତି ଭୁଜବଳ ମାଝୀ, ଉପସଭାପତି ଦିଲ୍ଲୀପ ବେହେରା, ଡାବୁଗାଁ ବ୍ଲକ ସଭାପତି ଜି. ସାଇ ରାଜୁ ,ନନ୍ଦାହାଣ୍ଡି ବ୍ଲକ ସଭାପତି ବୃନ୍ଦାବନ ତ୍ରିପାଠୀ ,ପାପଡାହାଣ୍ଡି ବ୍ଲକ ସଭାପତି ଶ୍ରୀକାନ୍ତ ମିଶ୍ର, ତେନ୍ତୁଳୀଖୁଣ୍ଟି ବ୍ଲକ ସଭାପତି ପ୍ରହଲ୍ଲାଦ ହିଆଲ, ଚନ୍ଦାହାଣ୍ଡି ସଭାପତି ଖେମରାଜ ବାଗ, ପାପଡାହାଣ୍ଡି ଜୋନ ୨ ଜିଲ୍ଲା ପରିଷଦ ସଦସ୍ୟା ତଥା ଜିଲ୍ଲା କଂଗ୍ରେସ ଯୁବ ସଭାପତି ଡ଼. ଲିପିକା ମାଝୀ,ଦ୍ୱାରିକା ମହାପାତ୍ର, ମେଘନାଦ ବିଷୋୟୀ, ଗଜିନ୍ଦ୍ର ବିଷୋୟୀ, ଟିକେ ବିଷୋୟୀ, କେଶରୀ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।