କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାବ୍ଦୀ ବର୍ଷ ଉପଲକ୍ଷେ କୋକସରା ବ୍ଲକ ସଦର ମହକୁମା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ କୋକସରା ଖଣ୍ଡର ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ଖଣ୍ଡ କାର୍ଯ୍ୟବାହ ଲକ୍ଷ୍ମୀକାନ୍ତ ପଟ୍ଟନାୟକ ଉଦ୍ଦେଶ୍ୟ କଥନ କରିଥିଲେ। ଜିଲ୍ଲା ସହ ବୌଦ୍ଧିକ ପ୍ରମୁଖ ପ୍ରିୟବ୍ରତ ପଣ୍ଡା ସଂଘ ଶତାବ୍ଦୀର କାର୍ଯ୍ୟକ୍ରମ ବିଷୟରେ ବୁଝାଇ ଥିଲେ। ବୈଠକରେ ଖଣ୍ଡ ବୌଦ୍ଧିକ ପ୍ରମୁଖ ଉତ୍ତମ ପଣ୍ଡା, ଶାରୀରିକ ପ୍ରମୁଖ ଭୋଳାନାଥ ଗହୀର, ସେବା ପ୍ରମୁଖ ପର୍ଶୁରାମ ଦୁର୍ଗା, ପନଙ୍ଗ ପଟ୍ଟନାୟକ ବିଶ୍ୱହିନ୍ଦୁ ପରିଷଦ ସମ୍ପାଦକ ଲକ୍ଷ୍ମୀଧର ପୂଝାରୀ, ବଜରଙ୍ଗ ଦଳ ପ୍ରମୁଖ କିଶନ ପଟ୍ଟନାୟକ, ସଞ୍ଚ ପ୍ରମୁଖ ସୁରେନ୍ଦ୍ର ରାଉତ ସମେତ କୋକସରା ଖଣ୍ଡର ମୋଟ ୩୪ଜଣ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।