ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ରାସ୍ତା ବେହାଲ, ପାଠ ପଢ଼ି ଯିବାକୁ ନାରାଜ ସ୍କୁଲ ଛାତ୍ରଛାତ୍ରୀ

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଖାତିିଗୁଡ଼ା ସ୍ଥିତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ରାସ୍ତାରେ ଭରପୁର ଅବର୍ଯନା ପାଣି। ଏହି ରାସ୍ତା ଦେଇ ଖାତିଗୁଡା ମାର୍କେଟ, ସ୍ୱରସ୍ବତୀ ଶିଶୁ ମନ୍ଦିର,ଉଚ୍ଚ ବିଦ୍ୟାଳୟ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ଜାତାୟତ କରିଥାନ୍ତି। ଡ୍ୟାମ ସର୍କଲର ସହକାରୀ ମୁଖ୍ୟ ଯନ୍ତ୍ରୀ କାର୍ଯ୍ୟାଳୟ ରହିଛି , ତା ଅଧୀନରେ ପୋଡଗଡ ବନ୍ଧ ବିଭାଗ , ମୁରାନ ବନ୍ଧ ବିଭାଗ ,ଭଣ୍ଡାର ଓ ଯାନ୍ତ୍ରିକ ବିଭାଗ ସମେତ ପୁନର୍ବାସ ଓ ଥଇଥାନ ବିଭାଗ ରହିଛି । ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ତଥା ପ୍ରାଥମିକ ବିଦ୍ୟାଳୟ ,ଇନ୍ଦ୍ରାବତୀ ପ୍ରକଳ୍ପ ମେଡିକାଲ ଆଦିର ପରିଚାଳନା ଏହି କାର୍ଯ୍ୟାଳୟ ଅଧିନରେ ରହିଛି କିନ୍ତୁ ପାଠ ପୋଡିଯିବାକୁ ହେଲେ ଏହି ଗୋଟିଏ ରାସ୍ତା। କିନ୍ତୁ ଏହି ରାସ୍ତାକୁ ଅଣଦେଖା କରୁଥିବା ସ୍ଥାନୀୟ ଅଞ୍ଚଳ ବାସି କହିଛନ୍ତି। ଏହି ରାସ୍ତାର ସ୍ଥିତି ବେହାଲ୍ ବୋଲି ଆଜକୁ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ବ ହେଲାଣି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ନଜର ଅନ୍ଦାଜ କରିଛନ୍ତି । ସ୍କୁଲ ଛାତ୍ରଛାତ୍ରୀ ଯିବା ସମୟରେ କାଦୁଅ ପାଣିରେ ଡ୍ରେସ ସାରା ହେଉଥିବା କହୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ଅନ୍ୟ ପଟେ ରାସ୍ତା କଡ଼ରେ ଅବର୍ଯୋନା ଭରପୁର ରହିଥିବା ସୋହ ସ୍ଥାନେ ସ୍ଥାନେ ଅଇଳା ଗୋଦା ଥିବାରୁ ସ୍କୁଲ ଯିବାକୁ ଇଛା କରୁନଥିବା କହିଛନ୍ତି ଛାତ୍ର ଛାତ୍ରୀ। ତୁରନ୍ତ ସମସ୍ୟା ର ସମାଧାନ କରିବାକୁ ଦାବୀ କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସି।