ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଛାପୁର ପଞ୍ଚାୟତ ଅନ୍ତର୍ଗତ କାଳିଆପାଣି ଗ୍ରାମର ଦୁଇ ଶିଶୁ ଅଜଣା ବିଷାକ୍ତ ଖାଦ୍ୟ ଖାଇ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ପ୍ରକାରେ କାଳିଆପାଣି ଗ୍ରାମର ଭୁବନ ଗଣ୍ଡଙ୍କ ୨ବର୍ଷର ଝିଅ ରାଧିକା ଗଣ୍ଡ ଏବଂ ପାଞ୍ଚ ବର୍ଷର ପୁଅ ମହାଦେବ ଗଣ୍ଡ ଘର ନିକଟରେ କିଛି ପିଲାଙ୍କ ସହ ଖେଳୁଥିବା ସନ୍ଧ୍ୟା ସମୟରେ ବିଷାକ୍ତ ଛତୁ କିମ୍ବା କୌଣସି ଜିନିଷ ଖାଇ ଦେଇଥିଲେ। ପରେ ହଠାତ ଉଭୟେ ବାନ୍ତି ହୋଇ ଗୁରୁତ୍ଵର ହୋଇ ପଡ଼ିଥିଲେ। ପରିବାର ଲୋକ ଉଭୟ ଭାଇ ଭଉଣୀଙ୍କୁ ବାଇକ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ଯୋଗୁଁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଝରିଗାଁ ଗୋଷ୍ଠୀ ଚିକିତ୍ସା ଅଧିକାରୀ କୌଣସି ବିଷାକ୍ତ ଖାଦ୍ୟ ଅଜାଣତରେ ଖାଇ ଦେଇଥିବା କହିଛନ୍ତି।