ବର୍ଷାରେ ଭାଙ୍ଗିଲା ଗଛ ; ଛିଣ୍ଡିଲା ତାର

ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମ ର ଉଚ୍ଚ ବିଦ୍ୟାଳୟ ଛକ ନିକଟରେ ଭୋର ସକାଳୁ ଏକ ସରକାରୀ ଗଛ ପୋଡିଯିବାରୁ ୧୧କେଭି ତାର ଛିଣ୍ଡି ଯାଇଛି। ଗତ କିଛି ଦିନ ହେବ ଲଗାତାର ବର୍ଷା ହୋଇଥିବା ବେଳେ ଆଜି ତେନ୍ତୁଳୀଖୁଣ୍ଟି ବ୍ଲକରେ ୩୦. ୦ଏମ ଏମ ବର୍ଷା ହୋଇଥିବା ରୁ ସ୍କୁଲ ଛକ ନିକଟରେ ଥିବା ଗଛ ପୋଡି କରେଣ୍ଟ ପୋଲ ଭାଙ୍ଗିବା ସୋହ ତାର ଛିଣ୍ଡି ପଡିଥିଲା। ଜା ଫଳରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ଉକ୍ତ ରାସ୍ତା ଦେଇ ଯାଇ ପାରି ନଥିଲେ। ଏହାପରେ ବିଦୂତ ବିଭାଗ କର୍ମଚାରି ମାନେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ପୂଜାରୀଗୁଡା ଅଗ୍ନିଶମ ବିଭାଗ ଆସି ଗଛ କାଟିଥିବା ବେଳେ ବିଦୂତ ବିଭାଗ କର୍ମଚାରି ମାନେ କାମ ଆରମ୍ବ କରିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଖାତିଗୁଡା ଅଞ୍ଚଳରେ ବିଦୂତ ସେବା ୬ ଘଣ୍ଟା ରୁ ଉର୍ଦ୍ଧ ସମୟ ହେବ ଠପ ହୋଇ ଥିବାବେଳେ କାର୍ଯ୍ୟ ସୋରିଲେ ତୁରନ୍ତ ବିଦୂତ ସେବା ଦିଆଯିବ କହିଛନ୍ତି ବିଦୂତ ବିଭାଗ କର୍ମଚାରି।