ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପାଇଲେ ଶିକ୍ଷକ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନ ତୁନଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଭୂରିଶ୍ରବା ଜାଲ ସୋମବାର ଅବସର ଗ୍ରହଣ କରିଛନ୍ତି। ତେବେ ତାଙ୍କୁ ଅବସର ଗ୍ରହଣ ଦିନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ବିଇଓ ମହେଶ କୁମାର ଭାଟିଙ୍କ ଉଦ୍ୟମରେ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ସହ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଯାହାକୁ ନେଇ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଜାଲ ସମେତ ଉପସ୍ଥିତ କର୍ମଚାରୀ ଓ ଶିକ୍ଷକମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଭାଟିଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କର ଏଭଲି ପ୍ରୟାସକୁ ଶିକ୍ଷକ ମହଳରେ ଭୁୟସୀ ପ୍ରଶଂସା କରାଯାଇଛି। ପ୍ରକାଶ ଯେ’ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ତରଫରୁ କର୍ମଚାରୀ ମାନଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ବ୍ୟବସ୍ଥା କରାଯାଉଛି। ହେଲେ କେତେକ କାରଣରୁ ଏହା ଠିକ୍ ଭାବରେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ତେବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟିଙ୍କ ଉଦ୍ୟମରେ ଏହି ବ୍ୟବସ୍ଥା କୋକସରା ଶିକ୍ଷା ବିଭାଗରେ ସଫଳ ହେବାରେ ଲାଗିଛି। ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ସମୟରେ ବରିଷ୍ଠ କିରାଣି ବିଜୟ ବେହେରା, ରୁକଚନ୍ ପାତ୍ର, ଶିକ୍ଷକ ବୀର କିଶୋର ନାଗ, ଦିଲୀପ କୁମାର ସାହୁ, ଚନ୍ଦ୍ରଭାନୁ ସୁନା ପ୍ରମୁଖ ଉପସ୍ଥିତ ରହିଥିଲେ।