ସୁନା ଗହଣା ଲୁଟ ଘଟଣା ; ଲୁଟେରାଙ୍କୁ ଧରିବାକୁ ସାହିବାସି ଥାନାର ଦ୍ଵରସ୍ଥ

ରାଇଘର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମାମନି ଚକ୍ରବର୍ତ୍ତୀ) : ବନ୍ଧୁକ ଦେଖାଇ ଗୁଳି ଫୁଟାଇଲେ ଏବଂ ଠେଙ୍ଗାରେ ଆକ୍ରମଣ କରି ସବୁ ସୁନା ରୁପା ଲୁଟି ନେଲେ ମୁଖା ପିନ୍ଧା ଦୁର୍ବୁତ୍ତ। ଏହି ଘଟଣାର ୧୭ ଦିନ ବିତିଯାଇଥିବା ସ୍ୱତ୍ତ୍ୱେ ପୋଲିସ ଅଭିଯୁକ୍ତଙ୍କୁ ଧରି ନ ଥିବାରୁ ସମସ୍ତ ସାହିବାସିନ୍ଦା ରାଇଘର ଥାନାର ଦ୍ୱାରସ୍ଥ ହୋଇଛନ୍ତି।  ସୂଚନା ଅନୁଯାଇ, ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହାକୁମା କଦୁଭାଟା ସାହିରେ ରହୁଥିବା ସୁନା ବ୍ୟବସାୟୀ ରାମ ଡାକୁଆ ରାଇଘର ମେଡିକାଲ ଛକରେ ଏକ ସୁନା ଦୋକାନ କରିଥିଲେ।  ଦୋକାନରେ ଥିବା ସୁନା, ରୁପା କୁ ଧରି ନିଜ ସ୍ତ୍ରୀ ସହ ସବୁଦିନ ଭଳି ଘରକୁ ଯାଉଥିଲେ, କିନ୍ତୁ କିଏ ଜାଣିଛି ଘର ପାଖେ ଛପି ରହିଥିଲେ କିଛି ମୁଖା ପିନ୍ଧା ଦୁର୍ବୁର୍ତ୍ତ। ରାମ ଡାକୁଆଙ୍କୁ ବନ୍ଧୁକ ଦେଖାଇ ଗୁଳି କରିଥିଲେ ଏବଂ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଠେଙ୍ଗାରେ ମାଡ଼ ମାରି ସୁନା ରୁପା ସବୁ ଗହଣା ଲୁଟି ନେଇଥିଲେ। ଯାହାର ମୂଲ୍ୟ ୨୪ ଲକ୍ଷ ଟଙ୍କା। ସ୍ୱାମୀ ସ୍ତ୍ରୀ ଙ୍କୁ ଏତେ ଆଘାତ ଲାଗିଥିଲା ଯେ ଉଭୟଙ୍କୁ ଜଗଦଲପୁର ମେଡିକାଲରେ ଭର୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ରାମ ଡାକୁଆ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଘଟଣା ସ୍ଥଳରେ ସାଇନଟିଫିକ ଟିମ ଆସି ତଦନ୍ତ କରିବା ସହ ଉମରକୋଟ ଏସଡିପିଓଙ୍କ ସମେତ ଅତିରିକ୍ତ ଏସପି ଘଟଣାସ୍ଥଳକୁ ଆସି ତଦନ୍ତ ଜୋରସୋର ଚଲେଇଥିବାର ଦେଖିବାକୁ ମିଳିଛି। ଚୋରି ସନ୍ଦେହରେ ପୋଲିସ କେତେକ ଯୁବକଙ୍କୁ ଥାନାରେ ଆଣି ପଚରା ଉଚରା କରିଛି। କିନ୍ତୁ ଆଜିକୁ ୧୭ ଦିନ ବିତିଯାଇଥିଲେ ସୁଦ୍ଧା ଦୁର୍ବୁତ୍ତମାନେ ଧରା ପଡି ନଥିବାରୁ ରାମ ଡାକୁଆଙ୍କ ସହ ସାହିର ମହିଳା ଏବଂ ପୁରୁଷ ମିଶି ରାଇଘର ଥାନାକୁ ଯାଇ ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ସାକ୍ଷାତ କରି ସିଘ୍ର ଦୋଷୀଙ୍କୁ ଧରି କଠୋର ଦଣ୍ଡଦେବାକୁ ଦାବି କରିଛନ୍ତି।