୭୫ ବର୍ଷ ପୂରିଲା ମିଳି ପାରିଲା ନାହିଁ ମଧୂବାବୁ ଭତ୍ତା

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : ରାଜ୍ୟ ସରକାର ବୃଦ୍ଧ ବୃଦ୍ଧା ଭିନ୍ନ କ୍ଷମ, ବିଧବା ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା କରିଛନ୍ତି। ହେଲେ ପ୍ରକୃତ ହିତାଧିକାରୀ ଭତ୍ତା ଖଣ୍ଡେ ପାଇବାରେ ବଞ୍ଚିତ ହେଉଛନ୍ତି। ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ। ଏଭଲି ଏକ ଘଟଣା ଦେଖିବାକୁ ମିଳିଛି ବ୍ଲକ କାର୍ଯ୍ୟାଳୟରୁ ମାତ୍ର ଏକ କିଲୋମିଟର ଦୂର କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସଦର ପଞ୍ଚାୟତ ବୁରାଟ ଗ୍ରାମର ସନ୍ତୋଷ ମାଝୀ ୭୫ ବର୍ଷଙ୍କ କ୍ଷେତ୍ରରେ। ସେ ଦାନ୍ତକାଠି ସଂଗ୍ରହ କରି ତାକୁ ବିକ୍ରୀ କରି ଜୀବିକା ନିର୍ବାହ କରୁ ସନ୍ତୋଷ କହିଲେ ମାତ୍ର ଜଣେ ତାଙ୍କର ଭଳମନ୍ଦ ଦେଖାଶୁଣା କେହି ନାହାନ୍ତି, ଖଟ ଖଣ୍ଡେ ନାହିଁ ଯେ କିଛି କାଠରେ ମଞ୍ଚା କରି ଶୋଉଛନ୍ତି। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମ, ରାମପୁର ବ୍ଲକକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ପ୍ରଶାସନ ତଥାପି ପାଇପାରିଲେ ନାହିଁ ଖଣ୍ଡିଏ ମଧୁବାବୁ ଭତ୍ତା।  ସନ୍ତୋଷର ଭୋଟ ପରିଚୟପତ୍ର ଓ ଆଧାର କାର୍ଡ ନାହିଁ ବୋଲି ପାଇ ପାରୁ ନାହିଁ ବୋଲି ବ୍ଲକ ପ୍ରଶାସନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ ଗରିବ ନିରିହ ଆଦିବାସୀ କେଉଁ ପ୍ରକାରରେ ଭତ୍ତା ଖଣ୍ଡେ ହେବ ସେ ଦିଗରେ ପ୍ରଶାସନର ଦାୟିତ୍ଵ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।