ଭୁବନେଶ୍ୱର/ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ଭୁବନେଶ୍ୱର ମହାନିଗମ କାର୍ଯ୍ୟାଳୟ ପରିସର ମଧ୍ୟରେ ଜନ ଅଭିଯୋଗ ଶୁଣାଣି ସମୟରେ କାର୍ଯ୍ୟରତ ଏକ ସରକାରୀ ଅଧିକାରୀ ତଥା ଅତିରିକ୍ତ ଆୟୁକ୍ତ ରତ୍ନାକର ସାହୁଙ୍କୁ ଦିନ ଦ୍ଵିପହରରେ ରାଜଧାନୀର ଛାତି ଉପରେ ଠିଆ ହୋଇ ଆକ୍ରୋଶ ଭାବେ ଆକ୍ରମଣ କରିବା ଘଟଣା କୁ ଓଡ଼ିଶା ରାଜସ୍ଵ ଅମଲା ସଂଘ ଘୋର ନିନ୍ଦା କରୁଛି। ଦିନକୁ ଦିନ ନିଜର ସ୍ବାର୍ଥ ହାସଲ କରିବା ପାଇଁ କିଛି ମୁଷ୍ଟିମେୟ ଓ ଖଳ ପ୍ରକୃତିର ବ୍ୟକ୍ତି ବିଶେଷ ମାନେ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ସରକାରୀ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଆକ୍ରମଣ କରିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। ଏହି ଘଟଣାକୁ ରାଜ୍ୟ ସରକାର ଗମ୍ଭୀରତାର ସହିତ ଗ୍ରହଣ କରି ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ସକାଶେ ଓଡ଼ିଶା ରାଜସ୍ଵ ଅମଲା ସଂଘର ଅଧ୍ୟକ୍ଷ ଲୋକେଶ୍ଵର ସାହୁ, ସଭାପତି ତ୍ରିପତି ବାଲାଜି ସାହୁ, ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରସନ୍ନ କୁମାର ନାୟକ ପ୍ରମୁଖ ଦାବି କରିଛନ୍ତି।