ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁରେ ଅଖିଳ ଭାରତୀୟ ଭତରା ସମାଜ ର ବୈଠକ କଣ୍ଟାଗାଁ ଭତରା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅସ୍ଥାୟୀ ସଭାପତି ଜଗନ୍ନାଥ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନିର୍ବାଚନ ଅଧିକାରୀ ଦାମଦାର ପୂଜାରୀ ଯୋଗ ଦେଇ ଥିବା ବେଳେ ତେନ୍ତୁଳିଖୁଣ୍ଟି ବ୍ଲକର ଚାରିଗୋଟି ଶାଖାର କର୍ମକର୍ତ୍ତା ସହ ଭତରା ସମାଜର ୧୦୦ ରୁ ଉର୍ଦ୍ଧ୍ କର୍ମ କର୍ତ୍ତା ଯୋଗ ଦେଇଥିଲେ। ସମସ୍ତଙ୍କ ଉପସ୍ଥିତିରେ ବ୍ଲକର ନୂତନ କମିଟି ଗଠନ କରାଯାଇଛି। ନୂତନ ସଭାପତି ଭାବେ ଅଞ୍ଚଳଗୁମା ପୂର୍ବତନ ସରପଞ୍ଚ ସୂର୍ଯ୍ୟ ନାରାୟଣ ରନ୍ଧାରୀଙ୍କୁ ଚୟନ କରାଯାଇଛି। ସେହିପରି ବାବୁଲା ନାୟକଙ୍କୁ ଉପସଭାପତି, ସମ୍ପାଦକ ଭାବେ ଶରତ ଚନ୍ଦ୍ର ପୂଜାରୀ,ସହ ସମ୍ପାଦକ ଭାବେ ଦୁଷ୍ମନ୍ତ ନାୟକ ଓ କୋଷାଧ୍ୟକ୍ଷ ଭାବେ ଉମେଶ ଚନ୍ଦ୍ର ନାୟକଙ୍କୁ ସର୍ବ ସମତି କ୍ରମେ ଚୟନ କରାଯାଇ ଥିଲା। ୧୦ ଜଣଙ୍କୁ ଉପଦେଷ୍ଟା ମଣ୍ଡଳୀ ଭାବେ ଚୟନ କରାଯିବା ସୋହ ଆଗାମୀ ଦିନରେ ସମାଜର କିପରି ସମସ୍ତ କ୍ଷେତ୍ରରେ ସମସ୍ତଙ୍କ ଉନ୍ନତି ହେବ ଓ ସମାଜର କିପରି ବିକାଶ ଓ ସୁଦୃଢ଼ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଏଥି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସମାଜ ପାଇଁ ସମସ୍ତେ ଏକଜୁଟ ହୋଇ ସମାଜ ପାଇଁ କାମ କରିବା କୁ ସମସ୍ତଙ୍କୁ କୁହାଯାଏଥିଲା। ସମାଜରେ କାହାର କିଛି ଅସୁବିଧା ହେଲେ ଏହି ବିକାଶ ପରିଷଦ ଦ୍ବାରା ସହଯୋଗ କରିବା ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା।