ସିନାପାଲି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଶୁଭ୍ରାଂଶୁ ନାଏକ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ନିଷେଧ ଅଭିଯାନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ଗଣ୍ତାବାହାଲି ଗ୍ରାମ ପଞ୍ଚାୟତ ତରଫରୁ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ନିଷେଧ ଅଭିଯାନ ତଥା ସ୍ୱଛତା ପଦଯାତ୍ରା ସଫେଇ କାର୍ଯ୍ୟକ୍ରମ, ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ ଓ ବ୍ରୁକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପିଇଓ କ୍ଷମାସାଗର ସାହୁ, ସରପଞ୍ଚ କୋଶଲ୍ୟା ମେହେର, ଯୋଗାଣ ସହାୟକ ବ୍ରଜମୋହନ ବୈଠାରୁ, ଜିଓଟେକ ବିଶିକେଶନ ବୈଠାରୁ, ଅଙ୍ଗନୱାଡି କର୍ମି, ଏମବିକେ, ସିଆରପି, ଏସଏଚଜି ମହିଲା, ବୁଦ୍ଧିଜୀବୀ, ସଚେତନ ନାଗରି , ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ ଓ ବ୍ରୁକ୍ଷ ରୋପଣ କରିଥିବା ବେଲେ ଉପସ୍ଥିତ ସମସ୍ତ ଅଧିକାରୀ କର୍ମଚାରୀ ଏକ ଶୋଭାଯାତ୍ରାରେ ବାହାରି ଗାଁ ପରିକ୍ରମା କରି ସ୍ୱଛତା ପଦଯାତ୍ରା କରି ମଇଲା ଆବର୍ଜନା ପ୍ଲାଷ୍ଟିକ ଆବର୍ଜନା ସଫେଇ କରିଥିଲେ। ସେହିପରି କେନ୍ଦୁମୁଣ୍ତା ପଞ୍ଚାୟତ ରେ ସରପଞ୍ଚ ମଦନ ଦଣ୍ତସେନା, ଜିଆରଏସ ତୁଲସି ନିଆଲ, ସୁପରଭାଇଜର ଟିକେମଣି ମାଝି, ଅଙ୍ଗନୱାଡି କର୍ମି ଉର୍ମିଳା ସୁନାନୀ ,ଯୋଗାଣ ସହାୟକ ପାର୍ଥିବ ନାଏକ, ସିଆରପି ଅଞ୍ଜନା ଜଗତ, ଏମବିକେ, ସିଆରପି, ଇସି ମେମ୍ୱର ଆଶା କର୍ମି, ଏସଏଚଜି ମହିଲା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଲ କରିଥିଲେ। ଏବଂ ପଞ୍ଚାୟତ କାର୍ଯ୍ଯାଳୟ, ହାଇସ୍କୁଲ, ଅଙ୍ଗନୱାଡି କେନ୍ଦ୍ର, ସ୍ୱାସ୍ଥ୍ୟ କାର୍ଯ୍ୟାଳୟ, ରାସ୍ତା କଡରେ ବ୍ରୁକ୍ଷ ରୋପଣ କରି ପଦଯାତ୍ରା ରେ ବାହାରି ପ୍ଲାଷ୍ଟିକ ନିଷେଧ ଅଭିଯାନ ସଚେତନ କରିଥିଲେ। ସେହିପରି ସିନାପାଲି ବ୍ଲକ ସଦର ପଞ୍ଚାୟତ ତରଫରୁ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ନିଷେଧ ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଏଇଇ ପ୍ରଦୁଷ ବେହେରା,ବିସିଏ ପୁଣ୍ତରିକାକ୍ଷ ହୋତା, ପିଇଓ ସୁଶାନ୍ତ ବେହେରା, ସରପଞ୍ଚ ସୁନିତା ମେହେର, ଜେଇ କେଶବ ସାହୁ, ସମାଜସେବୀ ରାଜୁ ମେହେର, ଯୋଗାଣ ସହାୟକ , ଏମବିକେ, ସିଆରପି, ଏସଏଚଜି ମହିଲା ସମେତ ଗମ୍ଭାରୀଗୁଡା ଗ୍ରାମର ୪୦ଜଣ ସେୱା ମହିଲା ମଣ୍ତଲ ସେଛାସେବି ସାମିଲ ହୋଇଥିଲେ। ସିନାପାଲି ସହର ପରିକ୍ରମା କରି ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରିବା ସହ ପ୍ଲାଷ୍ଟିକ ନିଷେଧ ଅଭିଯାନ ସଚେତନ କରିଥିବା ବେଲେ ବ୍ରୁକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମ ରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।